ହେଡଲାଇନସ୍:

ନିଜର ବୋଲି କେହି ନାହାନ୍ତି , ସରକାରୀ ସହାୟତା କୁ ଚାହିଁ ବସିଛନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ରେଢାଖୋଲର ଅସହାୟ ବୃଦ୍ଧ । ନା ନିଜର ବୋଲି କେହି ଅଛି ନା ମିଳୁଛି ସରକାରୀ ସହାୟତା । ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ବୋଲି ନାହିଁ । କୁକୁଡାବାହାଲି ଗ୍ରାମପଞ୍ଚାୟତର ସାନନୁଆପଡା ଗ୍ରାମର ପଳଉ ସ୍ୱାଇଁ। ଯେତେବେଳେ ତାଙ୍କୁ ସାତବର୍ଷ ହୋଇଥିଲା, ସେହି ସମୟରୁ ସେ ଦୃଷ୍ଟିଶକ୍ତି ହରାଇଛନ୍ତି । ଛୋଟ ବୟସରୁ ବହୁ କଷ୍ଟରେ ସେ ବଡ ହୋଇଛନ୍ତି। ବର୍ତ୍ତମାନ ବୟସ ତାଙ୍କର ୬୨ ହେଲାଣି ।

ଭିକ୍ଷାବୃତ୍ତି କରି ଚଳିଥାନ୍ତି ସେ। ଯେଉଁଠୁ ଯିଏ ଯାହା ଦିଏ ସେଥିରେ ସେ ଚଳନ୍ତି, ଘରଟିଏ ନଥିବା କାରଣରୁ ଏ ଦ୍ବାର ସେ ପିଣ୍ଡାରେ ବିଶ୍ରାମ ନେବା ସହିତ ରାତ୍ରୀଯାପନ କରନ୍ତି ବୋଲି କହିଛନ୍ତି ସେ। ରାସନକାର୍ଡରେ ପୂର୍ବରୁ ରାସନସାମଗ୍ରୀ ପାଉଥିଲେ କିନ୍ତୁ ବର୍ତ୍ତମାନ ତାହା ମଧ୍ୟ ମିଳୁନାହିଁ ।

0
0
0
s2sdefault