ହେଡଲାଇନସ୍:

କନିଷ୍କ  ଇନଷ୍ଟିଟ୍ୟୁଟ  କାର୍ଯ୍ୟାଳୟ ଉଦ୍ଘାଟିତ :ଗରିବ ପିଲାଙ୍କୁ ମାଗଣାରେ ମିଲିବ ଶିକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ) : ସ୍ଥାନୀୟ ଦିଆନମୁଣ୍ଡା ଛକ ନିକଟରେ ଦିଲ୍ଲୀର ସୁରୁମିତ୍ରା ଚେରିଟେବୁଲ ଫାଉଣ୍ଡେସନ ତରଫରୁ କନିଷ୍କ  ଇନଷ୍ଟିଟ୍ୟୁଟ  କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ରାଜ୍ୟ ଟିଏଲ ପ୍ରଣବ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉସôବରେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଭାରତୀୟ ମୁଖ୍ୟ(ଶିକ୍ଷା ବିଭାଗ) ବେଦ ପ୍ରକାଶ, ନୂଆପଡ଼ା ଓ କଲହାଣ୍ଡି ଜିଲ୍ଲା ଟିଏଲ ଦୁଷ୍ମନ୍ତ ଦୁରିଆ, ଜିଲ୍ଲା ଫ୍ରାନଚାଇଜି ଶିବପ୍ରସାଦ ସାହୁ, ନୂଆପଡ଼ା ଡିଏମ ଖଗେଶ୍ୱର ଦୀପ, ରଂଜନ ସେନାପତି, କୋମନା ବ୍ଲକ ବିଏମ ଉର୍ମିଲା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାର ପିଲାଙ୍କ ଶିକ୍ଷାରେ ଉନ୍ନତି ସାଧିତ ହେବ ବୋଲି ମୁଖ୍ୟ ଅତିଥି ସାଂସଦ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ । ଏଠାରେ କନିଷ୍କ  ଇନଷ୍ଟିଟ୍ୟୁଟ  ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । 

 

0
0
0
s2sdefault