ହେଡଲାଇନସ୍:

ଡାଓ ଜୋନ୍‍ସ ସଷ୍ଟେନେବିଲିଟି ସୂଚୀ ୨୦୨୦:  ହିଣ୍ଡାଲକୋକୁ ବିଶ୍ୱର ସର୍ବାଧିକ ଦୀର୍ଘସ୍ଥାୟୀ ଆଲୁମିନିୟମ କମ୍ପାନୀ ମାନ୍ୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ୨୦୨୦ ବର୍ଷ ପାଇଁ ଡିଜେଏସଆଇର ଏସ ଆଣ୍ଡ ପି ଗ୍ଲୋବାଲ ସିଏସଏ ସ୍କୋର ଆଧାରରେ ହିଣ୍ଡାଲ୍‍କୋ  ହେଉଛି ଆଲୁମିନିୟମ ଶିଳ୍ପର କର୍ଣ୍ଣଧାର

  •  ୬୧ଟି ଶିଳ୍ପ ମଧ୍ୟରେ ‘ଶିଳ୍ପର କର୍ଣ୍ଣଧାର’ ଭାବେ ସ୍ୱୀକୃତି ଲାଭ କରିବାରେ ହିଣ୍ଡାଲ୍‍କୋ ଏକମାତ୍ର ଭାରତୀୟ କମ୍ପାନୀ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଧାତବ ଛାମୁଆ କମ୍ପାନୀ  ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଏସ ଆଣ୍ଡ ପି ଡାଓ ଜୋନ୍‍ସ ସଷ୍ଟେନେବିଲିଟି ଇଣ୍ଡିସେସ୍‍ (ଡିଜେଏସଆଇ) କର୍ପୋରେଟ ସଷ୍ଟେନେବିଲିଟି ଆସେସ୍‍ମେଣ୍ଟ (ସିଏସଏ) ରାଙ୍କିଙ୍ଗ ୨୦୨୦ ସଂସ୍କରଣରେ ନିରନ୍ତର ପ୍ରଦର୍ଶନ ପାଇଁ ଆଲୁମିନିୟମ ଶିଳ୍ପର କର୍ଣ୍ଣଧାର ମାନ୍ୟତା ହାସଲକରିଛି । 

ଚଳିତ ବର୍ଷ ଭାରତରୁ ଏକମାତ୍ର କମ୍ପାନୀ ଭାବରେ  ହିଣ୍ଡାଲକୋକୁ ଶିଳ୍ପର କର୍ଣ୍ଣଧାର ସ୍ୱୀକୃତି ମିଳିଛି । ଡିଜେଏସଆଇରେ ପ୍ରତିନିଧିତ୍ୱ କରୁଥିବା ୬୧ଟି କମ୍ପାନୀ ମଧ୍ୟରୁ ପ୍ରତ୍ୟେକରେ ଶ୍ରେଷ୍ଠ ପ୍ରଦର୍ଶନକାରୀ କମ୍ପାନୀସମୂହ ହେଉଛନ୍ତି ଶିଳ୍ପର କର୍ଣ୍ଣଧାର । ଶିଳ୍ପ ହାରାହାରି ପଏଣ୍ଟ ୫୧ ରହିଥିବାବେଳେ  ହିଣ୍ଡାଲକୋ ମୋଟ ୭୫ ପଏଣ୍ଟ ପାଇଥିଲା । 

ଏହି ମାନ୍ୟତା ଏକ ସୁସଂହତ, ଦାୟିତ୍ୱସମ୍ପନ୍ନ ଏବଂ ଭରସାଯୋଗ୍ୟ ବ୍ୟବସାୟ ମଡେଲ ଅଧୀନରେ କାର୍ଯ୍ୟ କରିବାକୁ  ହିଣ୍ଡାଲକୋର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ୀଭୁତ କରୁଛି । 

ଡିଜେଏସଆଇ କର୍ପୋରେଟ ସଷ୍ଟେନେବିଲିଟି ଆସେସ୍‍ମେଣ୍ଟ (ସିଏସ୍‍ଏ)ର ପରିବେଶଗତ, ସାମାଜିକ ଏବଂ ପରିଚାଳନା (ଇସିଜି) ଆଦି ସମସ୍ତ ୩ଟି ଦିଗରୁ ୧୦୦ ପ୍ରତିଶତ ଆଧାରରେ  ହିଣ୍ଡାଲକୋ ଏହି ସ୍କୋର କରିଛି । ଇଏସଜିର ଆକଳନ ଦିଗଗୁଡିକ ମଧ୍ୟରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଜଳବାୟୁ ପରିଚାଳନା କୌଶଳ, ଜୈବ ବିବିଧତା, ପରିବେଶ ଏବଂ ସୋସିଆଲ ରିପୋର୍ଟିଂ, ଜଳସମ୍ପର୍କିତ ଆପଦ, ନୀତିଗତ  ପ୍ରଭାବ, ଗ୍ରାହକ ସମ୍ପର୍କ ପରିଚାଳନା, ମାନବ ସମ୍ବଳ ବିକାଶ ଆଦି ଅନ୍ତର୍ଭୁକ୍ତ । 

ଗତବର୍ଷ  ହିଣ୍ଡାଲକୋ ପ୍ରଥମ ଥର ପାଇଁ ଡିଜେଏସ୍‍ଆଇରେ ସ୍ଥାନ ପାଇବା ସହିତ ଅଭ୍ୟୁଦୟ ବଜାର ସୂଚୀରେ ପ୍ରବେଶ କରିଥିଲା ଏବଂ ୨୦୧୯ରେ ୬୦ ପଏଣ୍ଟ ହାସଲ କରି ନିଜକୁ ବିଶ୍ୱସ୍ତରରେ ଆଲୁମିନିୟମ ଶିଳ୍ପରେ ୩ ନମ୍ବର ସ୍ଥାନରେ ସ୍ଥାନିତ କରିପାରିଥିଲା । 

ଏ ସମ୍ପର୍କରେ ପ୍ରକାଶକରି  ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ  ସତୀଶ ପାଇ କହିଛନ୍ତି, “ଏକ ସୁସଂହତ, ଦାୟିତ୍ୱସମ୍ପନ୍ନ ଏବଂ ଭରସାଯୋଗ୍ୟ ବ୍ୟବସାୟ ମଡେଲ ପ୍ରତି ଆମ ପ୍ରତିବଦ୍ଧତା ପ୍ରତି ଏହି ରାଙ୍କିଙ୍ଗ ଏକ ଗଭୀର ଦୃଢତା ଆଣିଦେଇଛି । ଶିଳ୍ପର କର୍ଣ୍ଣଧାର ସ୍ଥାନ ହାସଲ କରିବା ବିଶ୍ୱର ଆଲୁମିନିୟମ ଉତ୍ପାଦନ  କ୍ଷେତ୍ରକୁ ଅଧିକ ଦୀର୍ଘସ୍ଥାୟୀ ଭାବରେ ରୂପାନ୍ତରଣ କରିବାକୁ ଆମର ଅଗ୍ରଣୀ ପଦକ୍ଷେପ ଏବଂ ନିରନ୍ତର ପ୍ରୟାସ ପ୍ରତିଏତ ସ୍ୱୀକୃତି ହୋଇଛି । ଆମେ ଆମର ସାମଗ୍ରିକ ଦୀର୍ଘସ୍ଥାୟୀ ସ୍କୋରରେ ଉଲ୍ଲେଖନୀୟ ଉନ୍ନତି ଘଟାଇ ଗତବର୍ଷ ଏହାକୁ ୬୦ରୁ ୭୫ରେ ପହଞ୍ଚାଇଥିବାରୁ ଅତ୍ୟନ୍ତ ଆନନ୍ଦିତ, ଯାହା ଆମେ ସଠିକ ମାର୍ଗରେ ପରିଚାଳିତ ହେଉଥିବାର ସୂଚନା ଦେଉଛି ତଥା ଏହି ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଆମ ପାଇଁ ପ୍ରେରଣା ହୋଇଛି ।”

ଏସ ଆଣ୍ଡ ପି ଗ୍ଲୋବାଲର ଇଏସଜି ରିସର୍ଚ୍ଚ ଆଣ୍ଡ ଡାଟାର ଗ୍ଲୋବାଲ ହେଡ୍‍ ମନ୍‍ଜିତ ଜସ୍‍ କହିଛନ୍ତି, “ଆଲୁମିନିୟମ ଶିଳ୍ପରେ ଡିଜେଏସଆଇ ଶିଳ୍ପର କର୍ଣ୍ଣଧାର ହେବା ଏବଂ ଡିଜେଏସଆଇ ମାର୍କେଟସମୂହର ଏକ ସଦସ୍ୟ ହେବାନେଇ ଆମେ  ହିଣ୍ଡାଲକୋକୁ ଅଭିନନ୍ଦନ ଜ୍ଞାପନ କରୁଛୁ । ଡିଜେଏସଆଇର ଅନବଦ୍ୟ ସ୍ୱୀକୃତି ହେଉଛି ଆଲୁମିନିୟମ ଶିଳ୍ପରେ ଏକ ଦୀର୍ଘସ୍ଥାୟୀ ଅଗ୍ରଗଣ୍ୟ ହେବାର ଏକ ପ୍ରତିଫଳନ । ୨୦୨୦ କର୍ପୋରେଟ ସଷ୍ଟେନେବିଲିଟି ଆସେସ୍‍ମେଣ୍ଟରେ ରେକର୍ଡ ସଂଖ୍ୟକ କମ୍ପାନୀ ଅଂଶଗ୍ରହଣ କରିବା ଏବଂ ଚଳିତ ବର୍ଷ ଚୂଡାନ୍ତ ତାଲିକା ନିମନ୍ତେ ଅଧିକ କଠୋର ନିୟମ ଅନୁସରଣ କରାଯାଇଥିବା ପରିପ୍ରେକ୍ଷୀରେ ଏହି ସ୍ୱୀକୃତି  ହିଣ୍ଡାଲକୋକୁ ସ୍ୱତନ୍ତ୍ର କରି ଗଢିତୋଳୁଛି ଏବଂ ଜନସାଧାରଣ ତଥା ପୃଥିବୀ ପାଇଁ ନିରନ୍ତର ପ୍ରତିବଦ୍ଧତା ପ୍ରତି ପୁରସ୍କାର ହୋଇଛି ।”

ଆବର୍ତ୍ତି ଅର୍ଥନୀତିରେ ଆଲୁମିନିୟମ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବୀ ଭୂମିକା ରହିଛି । ଏହା ଉତ୍ପାଦନ  କରୁଥିବା ପଦାର୍ଥ ନିମନ୍ତେ କମ୍‍ ବର୍ଜ୍ୟ ସୃଷ୍ଟି ଏବଂ ଶକ୍ତି ସଞ୍ଚୟ କ୍ଷେତ୍ରରେ ଅବଦାନ ରଖିପାରିବ । ଆଲୁମିନିୟମ ହାଲୁକା ହୋଇଥିବା ଏବଂ ଏହାର ପୁନଃ ଉପଯୋଗିତା ନିମନ୍ତେ ଅନ୍ୟାନ୍ୟ ଅଧିକାଂଶ ପଦାର୍ଥ ତୁଳନାରେ କମ୍‍ ଶକ୍ତି ବ୍ୟବହାର ହେଉଥିବାରୁ ଆଲୁମିନିୟମ ଉତ୍ପାଦଗୁଡିକ ଉତ୍ପାଦନ ଏବଂ ବ୍ୟବହାର ପର୍ଯ୍ୟାୟରେ ଶକ୍ତି ସଞ୍ଚୟ କରିପାରିବ ।

ଦୀର୍ଘସ୍ଥାୟୀ କ୍ଷେତ୍ରରେ  ହିଣ୍ଡାଲକୋ ଏକାଧିକ ନୂତନ ପଦକ୍ଷେପ ଗ୍ରହଣ କରିଛି । ଆଲୁମିନିୟମ ପ୍ରକ୍ରିୟାକରଣରେ ଆନୁଷଙ୍ଗିକ ସାମଗ୍ରୀ ଦ୍ୱାରା ମୂଲ୍ୟ ସୃଷ୍ଟି ଦିଗରେ ବିଶ୍ୱରେ-ପ୍ରଥମ ପ୍ରୟାସ ସ୍ୱରୂପ  ହିଣ୍ଡାଲକୋ ସିମେଣ୍ଟ ଉତ୍ପାଦନକାରୀଙ୍କ ସହିତ ଖଣିଜ ସମ୍ପଦ ପରିବର୍ତ୍ତେ ରେଡ ମଡ୍‍ ବ୍ୟବହହାର ପାଇଁ ଚୁକ୍ତିବଦ୍ଧ ହୋଇଛି । ଏହା ଉଭୟ ଆଲୁମିନିୟମ ଏବଂ ସିମେଣ୍ଟ କ୍ଷେତ୍ରରେ ପରିବେଶଗତ ପ୍ରଭାବ ହ୍ରାସ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ହୋଇଛି । ରେଡ ମଡ୍‍କୁ ଉପଯୋଗ କରିବା କ୍ଷେତ୍ରରେ  ହିଣ୍ଡାଲକୋ ବିଶ୍ୱର ପ୍ରଥମ ଆଲୁମିନିୟମ କମ୍ପାନୀ ହୋଇଛି । 

 ହିଣ୍ଡାଲକୋର ବିଭିନ୍ନ ଉତ୍ପାଦ ପ୍ରସ୍ତୁତିରେ ନେତୃତ୍ୱ ନେବାର ପ୍ରୟାସ ଦୀର୍ଘସ୍ଥାୟୀ ପରିବହନ ଓ ଲଜିଷ୍ଟିକ୍ସ ଉପରେ ଆଧାରିତ । ପରିବହନକାରୀଙ୍କର ପ୍ରତି ଟ୍ରେଲରରେ ୧୫,୦୦୦ ଲିଟର ପର୍ଯ୍ୟନ୍ତ ଇନ୍ଧନ ସଞ୍ଚୟ କରୁଥିବା ଭାରତର ପ୍ରଥମ ହାଲୁକା ଆଲୁମିନିୟମ ଟ୍ରେଲର ଏବଂ ବଲ୍‍କର  ହିଣ୍ଡାଲକୋ ଦ୍ୱାରା ବିକଶିତ ଏବଂ ବ୍ୟବସାୟିକ ଆକାରରେ ବ୍ୟବହାର କରାଯାଉଛି । ଏହାର ଆଉ ଏକ ପ୍ରୟାସ ଦୀର୍ଘସ୍ଥାୟୀ ପ୍ୟାକେଜିଂ ଉପରେ ପର୍ଯ୍ୟବସିତ, ଯାହା ଖାଦ୍ୟ ସାମଗ୍ରୀ ପାଇଁ ଆଲୁମିନିୟମ ଏବଂ ଝୋଟ ବ୍ୟାଗ୍‍ର ସମ୍ମିଶ୍ରଣରେ ପ୍ରସ୍ତୁତ ଅଟେ । 

ଜଳ ଓ ଜୈବ ବିବିଧତା କ୍ଷେତ୍ରରେ ଉତ୍ତମ ପରିବେଶଗତ କାର୍ଯ୍ୟାଭ୍ୟାସ, ଗୋଷ୍ଠୀଜୀବିକା ଓ ସ୍ୱାସ୍ଥ୍ୟ ଆଦି ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଦୀର୍ଘସ୍ଥାୟୀ ଖଣିକାର୍ଯ୍ୟ ନିମନ୍ତେ  ହିଣ୍ଡାଲକୋ ମଧ୍ୟ ଜିଁତେଓ ସହିତ ଘନିଷ୍ଠ  ଭାବେ କାର୍ଯ୍ୟ କରୁଛି । କୌଣସି କ୍ଷତି ନପହଞ୍ଚାଇବା ଲକ୍ଷ୍ୟରେ ଇଣ୍ଟରନ୍ୟାସନାଲ ୟୁନିୟନ ଫର୍‍ କଞ୍ଜରଭେସନ ଅଫ ନେଚର ଫର୍‍ ବାୟୋଡାଇଭରସିଟି ମ୍ୟାନେଜମେଣ୍ଟ ସହିତ  ହିଣ୍ଡାଲକୋ ମିଳିତ ଭାବରେ ତାହାର ବିଭିନ୍ନ ସ୍ଥାନରେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଛି । ନିଜର ଖଣି ସ୍ଥଳଗୁଡିକରେ ଜଳ ଉପଲବ୍ଧକୁ ନିଶ୍ଚିତ କରିବା ପାଇଁ  ହିଣ୍ଡାଲକୋ ବର୍ଷାଜଳ ଅମଳ ପୁଷ୍କରିଣୀ, ଜଳଭଣ୍ଡାର, ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ସିଏସଆର କାର୍ଯ୍ୟକ୍ରମ ଜରିଆରେ କୃଷି-ଜଳ ପରିଚାଳନା ନିମନ୍ତେ ସହଯୋଗ କରୁଛି । 

ଡିଜେଏସଆଇରେ ଏସ ଆଣ୍ଡ ପି ଡିଜେଏସଆଇର ସ୍ୱଚ୍ଛ ନିୟମଭିତ୍ତିକ ସୂଚୀ ପ୍ରସ୍ତୁତି ପଦ୍ଧତି ସହିତ କମ୍ପାନୀସମୂହର ଦୀର୍ଘସ୍ଥାୟୀ କାର୍ଯ୍ୟଭ୍ୟାସ ସମ୍ପର୍କରେ ବାର୍ଷିକ ମୂଲ୍ୟାୟନ ଏସଏଏମ୍‍ର କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ (ସିଏସଏ)ର ମଜଭୁତ ତଥ୍ୟ ସନ୍ନିବେଶିତ ହୋଇଛି । ପ୍ରତିବର୍ଷ ଏସଏଏମ୍‍ ସମଗ୍ର ବିଶ୍ୱରେ ୭୩୦୦ରୁ ଅଧିକ କମ୍ପାନୀର ମୂଲ୍ୟାୟନ କରିଥାଏ । 

 

0
0
0
s2sdefault