ହେଡଲାଇନସ୍:

 ବାଲିପାଟଣା ଗ୍ରନ୍ଥ।ଗାରର କର୍ମଚାରୀ ରତ୍ନାକର ନାୟକଙ୍କର ଦେହାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର(ଶାସକ ପ୍ରଶାସକ) – ଭୁବନେଶ୍ଵର ଜିଲ୍ଲା ସୂଚନା ଲୋକ ଓ ସମ୍ପର୍କ  କାର୍ଯ୍ୟ।ଳୟ ଅଧିନସ୍ଥ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାରର ଚତୁର୍ଥ ଶ୍ରେଣୀ କର୍ମଚାରୀ ରତ୍ନାକର ନାୟକଙ୍କର ୧୮ ତାରିଖ ରାତିରେ ପରଲୋକ ଘଟିଯାଇଛି । ସେ କିଛିଦିନ ଧରି ଡାଇବେଟିସ ଓ ରକ୍ତହୀନତା ଆଦି ରୋଗରେ ପୀଡିତ ଥିଲେ । ୧୭ ତାରିଖରେ  ତାଙ୍କ ଦେହ ବେଶୀ ଖରାପ ହେବାରୁ ତାଙ୍କୁ ସମ ହସପିଟାଲକୁ ନିଆଯାଇଥିଲା ।  ତାଙ୍କ ପାର୍ଥିବ ଶରୀରକୁ ନିଜ ଘର ଖୋର୍ଦ୍ଧା ଜିଲ୍ଲା ସିମୋର ପଞ୍ଚାୟତ ଅନ୍ତର୍ଗତ କଣ୍ଟାମଳିମ ଗ୍ରାମକୁ ନିଆଯାଇ ସେଠାରେ ଶବସତ୍କାର କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ।  ତାଙ୍କର ମୃତ୍ୟୁ ଖବର ପାଇବାପରେ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ  ନିରବ ପ୍ରାର୍ଥନା କରିଥିଲେ ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ, ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାରର  ଗ୍ରନ୍ଥାଗାରିକ।  ଦୀପାଳିବାଳ। ଦାସ ଏବଂ  ଡିଆଇପିଆରଓ କାର୍ଯ୍ୟ।ଳୟର ଅନ୍ୟ କର୍ମଚାରୀମାନେ  ସ୍ଵର୍ଗତ ନାୟକଙ୍କ ଗ୍ରାମକୁ ଯାଇ ତାଙ୍କର ପତ୍ନୀ ହରପ୍ରିୟା ନାୟକଙ୍କୁ ସାକ୍ଷାତ କରି ସରକାରଙ୍କ ତରଫରୁ ଅନ୍ତେଷ୍ଟିକ୍ରିୟା ନିମନ୍ତେ ସହାୟତା ଅର୍ଥ ପ୍ରଦାନ ପୂର୍ବକ ସମବେଦନା ଜ୍ଞାପନ  କରିଥିଲେ ।                

 

0
0
0
s2sdefault