ହେଡଲାଇନସ୍:

ଘୁ.ଉଦୟଗିରି ଠାରେ ୬୯ ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ୬୯ ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ କୃଷି ବିଜ୍ଞାନ କେନ୍ଦ୍ର,କନ୍ଧମାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରାମତୀ ଦିପ୍ତୀରେଖା ପ୍ରଧାନ, ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ.ଦେବାଶିଷ ମିଶ୍ର ଯୋଗ ଦେଇଥିଲେ । ସର୍ବପ୍ରଥମେ ଯଥାରୀତି ଗୋପୂଜନ କାର୍ଯ୍ୟକ୍ରମ ସଂପାଦନା କରାଯାଇଥିଲା । ଏହାପରେ ଡା.ଶ୍ରୀପତି ସେଠୀ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଘୁ. ଉଦୟଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ । ତତ୍ପରେ, ଡା.ଚକ୍ରଧର ଦାଶ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ,ଘୁ.ଉଦୟଗିରି ଏହି ଉତ୍ସବର ଆଭିମୁଖ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ତତ୍ପରେ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗୋପାଳନ ଓ ଗୋମାତା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାପରେ, ଡା.ସବୀର କୁମାର ପ୍ରଧାନ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ, ରାଇକିଆ ଗୋପାଳନ ଦ୍ୱାରା ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ, ଚକାପାଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡା. ଅଳକା ଅଭିପ୍ସା ବଳିୟାରସିଂ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା, ଘୁ. ଉଦୟଗିରି ଓ ପ୍ରାଣୀ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ । ରାଇକିଆ, ଚକାପାଦ ଓ ଘୁ. ଉଦୟଗିରିର ୩୦ ରୁ ଉର୍ଦ୍ଧ୍ବ ଗୋପାଳକ ଏଥିରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault