ହେଡଲାଇନସ୍:

ଫସଲ ଉଜୁଡ଼ିଲା : କ୍ଷୟକ୍ଷତି ସହାୟତା ଦାବି କଲେ ଚାଷୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀ ମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି  । ଚଳିତ ବର୍ଷ ଭଳ ବର୍ଷା ଏବଂ ଅନୁକୂଳ ପାଗ ଯୋଗୁଁ ଧାନ ଅମଲ କରିବାରେ ଚାଷୀ ମାନେ ଭଲ ଆଶା କରିଥିଲେ  । ହେଲେ ଅଦିନିଆ ବର୍ଷା ଯୋଗୁଁ ଧାନରେ ରୋଗ ପୋକ ଲାଗିବା ହେତୁ ଧାନ ଫସଲ ନଷ୍ଟ ହୋଇଗଲା ଅଜଣା ରୋଗରେ ଔଷଧ ସିଞ୍ଚନ କଲେ ମଧ୍ୟ ଔଷଧ କାମକୁ ଆସୁନାହିଁ । ଏଣୁ ଚାଷୀ ମାନେ ଚିନ୍ତାରେ ପଡି ମୁଣ୍ଡରେ ହାତ ଦେଇ ବସିଛନ୍ତି  । ଏଣୁ ବିହୀତ ତଦନ୍ତ କରି ପ୍ରଶାସନ କ୍ଷୟକ୍ଷତି ସାହାଯ୍ୟ କଲେ ଚାଷୀ ମାନେ କେତେ କାଂଶରେ ଉପକୃତ ହେବେ  । ତେଣୁ କୋକନରା ଗ୍ରାମର ତପନ ବଢେଇ,ବରୁଣ ମାହାର,ଗଜରାଜ ସାହୁ,ଯୁଧିଷ୍ଠିର ମାହାରଙ୍କ ସମେତ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାବି ପତ୍ର ପ୍ରଦାନ କରିଛନ୍ତି  ।

0
0
0
s2sdefault