ହେଡଲାଇନସ୍:

ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ସ୍ଥାୟୀ କାର୍ଯ୍ୟାଳୟ ଶୁଭ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଆବାହନ କାଲରୁ ପଦ୍ମପୁର ରାଜପ୍ରାସାଦ ମଧ୍ୟରେ ଚାଲିଆସୁଥିବା ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ଏବେ ମଧ୍ୟ ରାଜପ୍ରାସାଦ ମଧ୍ୟରେ ଜାରି ରହିଛି । ପ୍ରଥମେ ରାଜ ପରିବାର ନିଜସ୍ବ ଉଦ୍ୟମରେ ପୂଜାର୍ଚ୍ଚନା କରୁଥିଲେ।  କିଛି ବର୍ଷ ପରେ ଏହି ପୂଜା ସାର୍ବଜନୀନ ପୂଜାର ରୂପ ନେଇଛି ଏବଂ ଏକ କମିଟି ପରିଚାଳନା କରୁଛନ୍ତି । ଚଲିତ ବର୍ଷ କରୋନା କଟକଣା ଯୋଗୁଁ ସାମାଜିକ ଦୂରତ୍ବ ଏବଂ ସରକାରଙ୍କ କଟକଣାକୁ ଗୁରୁତ୍ୱ ଦେଇ ପୂଜା କମିଟି ପୂଜା କରୁଛନ୍ତି । ଆଜି ପଦ୍ମପୁର ରାଜବାଟି ପଡିଆଠାରେ ନବ ନିର୍ମିତ ସାର୍ବଜନୀନ ଦୁର୍ଗାପୂଜା କମିଟିର ସ୍ଥାୟୀ କାର୍ଯ୍ୟାଳୟ ପୂଜା କମିଟିର ସଭାପତି ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ସମୟରେ ସାର୍ବଜନୀନ ଦୂର୍ଗାପୂଜା କମିଟିର ଉପସଭାପତି ବେଣୁମାଧବ ଦୋରା,ସମ୍ପାଦକ ଉମେଶ ସାହୁ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ,ରାଜକିଶୋର ଯୋଷୀ,ରବି ଦୋରା,ଅଶୋକ ବହିଦାର,ସଚିଦାନନ୍ଦ ବହିଦାର,ହେମନ୍ତ ପଟ୍ଟନାୟକ,ଗୋବିନ୍ଦ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସଦସ୍ୟ ଏବଂ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ଉପସ୍ଥିତ ଥିଲେ ।

0
0
0
s2sdefault