ହେଡଲାଇନସ୍:

ମୟୂରଭଞ୍ଜ : ଆଜି ଆକ୍ରାନ୍ତଠୁ ସୁସ୍ଥ ଅଧିକ, ୪ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ ମୋଟ ପିଜିଟିଭ ସଂଖ୍ୟା ୧୦,୫୫୧, ସୁସ୍ଥ ସଂଖ୍ୟା ୯,୩୧୨, 

ସକ୍ରିୟ ସଂଖ୍ୟା ୧,୧୮୮ ଓ ମୃତ୍ୟୁ ସଂଖ୍ୟା ୫୧

ବାରିପଦା(ଦିଲ୍ଲୀପ ମହାନ୍ତି)-  ଆଜି ମୟୂରଭଞ୍ଜ ଜିଲ୍ଲାରୁ ୯୯  ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଅକ୍ଟୋବର ୨୦ରେ ୧୩୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ସ୍ୁସ୍ଥମାନଙ୍କ ଗ୍ରାଫିକ ରିପୋର୍ଟ ଦୃତ ଗତିରେ ଉପର ମୁହାଁ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ଦ୍ୱାରା ମୋଟ ୧୦ ହଜାର ୫୫୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅକ୍ଟୋବର ୨୦ ସୁଦ୍ଧା ୯ ହଜାର ୩୧୨ ଜଣ କୋଭିଡ଼ ହସପିଟାଲ , କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନରୁ ସୁସ୍ଥ ହୋଇ ଘରକୁ ଫେରିଥିବା ସମୟରେ ଆଜି ଅପରାହ୍ନ ପର୍ଯ୍ୟନ୍ତ ୧ ହଜାର ୧୮୮ ଜଣ ଚିକିତ୍ସାଧୀନ ରହିଛନ୍ତି । ଏହି ସମୟରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ତୁଳନାରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଉଥିବା ରିପୋର୍ଟ ଆଧାରରେ ଅକ୍ଟୋବର ୨୧ ମଧ୍ୟରେ  ମୟୂରଭଞ୍ଜ ଜିଲ୍ଲାରେ ମୋଟ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଗତ ସେପ୍ଟେମ୍ବର ମାସରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅକ୍ଟୋବର ୨୧ ମଧ୍ୟରେ ୨୫ ଜଣଙ୍କର ମୃତ୍ୟୁ  ହୋଇଛି । ଆଜି ଜିଲ୍ଲାରୁ ୪୫ ବର୍ଷ ବୟସର ପୁରୁଷ, ୬୦ ବର୍ଷର ବୃଦ୍ଧ ଏବଂ ୬୫ ଓ ୭୫ ବର୍ଷିୟା ବୃଦ୍ଧାଙ୍କୁ ମିଶାଇ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । 

 

0
0
0
s2sdefault