ହେଡଲାଇନସ୍:

ସବୁ କାମ ସରିଥିଲା, ହେଲେ ପ୍ରଶାସନ ପହଂଚି ରୋକିଲା ବାହାଘର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଘରେ ଖୁସିର ମହୋଲ । କାରଣ ଆଜି ଝିଅର ବାହାଘର । ଘରେ ପରିବାର ଲୋକଙ୍କ ସହିତ ସାହି ଭାଇ ପରିପୂର୍ଣ୍ଣ । ଘରେ ବାହାଘରର ସମସ୍ତ ପ୍ରସ୍ତୁତି ସାରିଗଲାଣି ଅପେକ୍ଷା କେବଳ ବରଯାତ୍ରୀ ଙ୍କର । ସନ୍ଧ୍ୟା ରେ ବରଯାତ୍ରୀ ଆସିବେ ଖୁସିମଜା ରେ ବାହାଘର ସରିବ , ଭୋଜିଭାତ ହବ ଆହୁରି କେତେ କଣ । କିନ୍ତୁ ସକାଳେ କନ୍ୟା ଘରକୁ ପହଁଚିଯାଇଥିଲେ ଯାଇଥିଲେ ସରକାରୀ ଅଧିକାରୀ ମାନେ । କନ୍ୟା ଘରକୁ ପହଁଚି ବନ୍ଦ କରାଇ ଦେଇଥିଲେ ବାହାଘର। 

ଘଟଣାଟି ହେଉଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦର୍ହା ପଞ୍ଚାୟତ ର ଶିକାରୀପାଳି ଗ୍ରାମର । ଆଜି ସକାଳେ ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁନୁ ଲାକ୍ରା ଙ୍କୁ ଖବର ମିଳିଥିଲା ଯେ ଐକାରୀପାଳି ଗ୍ରାମରେ  ଜଣେ ନାବାଳିକା ଝିଅର ବାହାଘର ହେବାକୁ ଯାଉଛି । ଏହି ଖବର ପାଇବା ପରେ ଶ୍ରୀ ଲାକ୍ରା ତୁରନ୍ତ ଝାରବନ୍ଧ ସି ଡ଼ି ପି ଓ ଙ୍କୁ ଜଣାଇବା ସହିତ ତୁରନ୍ତ ଘଟଣାର ସତ୍ୟତା ଯାଞ୍ଚ କରିବା ପାଇଁ କହିଥିଲେ । ବିଡ଼ିଓ ଙ୍କର ଠାରୁ ସୂଚନା ଓ ନିର୍ଦେଶ ପାଇଁ ସି ଡି ପି ଓ ସନ୍ଧ୍ୟା ରାଣୀ ନେପାକ ଓ ତାଙ୍କର ଦୁଇ ଜଣ ସୁପ୍ରଭାଇଜର ଓ ଝାରବନ୍ଧ ବି ଏସ ଏସ ଓ ଶ୍ରୀ ଟିକେଶ୍ୱର ପଟେଲ ଘଟଣା ସ୍ଥଳ ଶିକାରୀପାଳି ଗ୍ରାମର ମୋହନ ସତନାମୀ ଙ୍କର ଘରକୁ ପହଂଛି ଥିଲେ । ଅଧିକାରୀ ମାନେ ଦେଖିଲେ ଯେ ବାହାଘରର ସମସ୍ତ ପ୍ରସ୍ତୁତି ସରିଯାଇଛି । ଏହାପରେ ଅଧିକାରୀ ମାନେ ଝିଅର କାଗଜପତ୍ର ଯାଞ୍ଚ କରିବାରୁ ଜାଣି ପାରିଲେ ଯେ ଝିଅକୁ ମାତ୍ର ପନ୍ଦର ବର୍ଷ ହୋଇଛି । ଏହାପରେ ଅଧିକାରୀ ମାନେ ମୋହନ  ତାର ସ୍ତ୍ରୀ ଓ ଉପସ୍ଥିତ ପରିବାର ଲୋକଙ୍କୁ ଅନେକ ସମୟ ଧରି ବୁଝେଇବା ପରେ ସେମାନେ ବାହାଘର ବନ୍ଦ କରିବା ପାଇଁ ସହମତ ହୋଇଥିଲେ । ଏହାପରେ ଅଧିକାରୀ ମାନେ ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମକୁ ଯାଇ ପୁଅଘର କୁ ପହଂଛି ଥିଲେ । ସେଠାରେ ମଧ୍ୟ ସମାନ ଅବସ୍ଥା । ଅଧିକାରୀ ମାନେ ପ୍ରଥମେ ଅନେକ ଚେଷ୍ଟା କରିଥିଲେ ପୁଅର ବାପା ଡୋଳାମଣି ସତନାମୀକୁ ବୁଝେଇବା ପାଇଁ ହେଲେ ସେ ବୁଝିବାକୁ ନାରାଜ ଥିଲା ଏହାପରେ ଅଧିକାରୀ ମାନେ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲାଙ୍କୁ ଯୋଗାଯୋଗ କରିଥିଲେ । ଥାନାରୁ ପୋଲିସ ଅଧିକାରୀ ମାନେ ପହଁଚି ଡୋଳାମଣି ସହିତ ଆଲୋଚନା କରିବା ପରେ ସେ ବୁଝିଥିଲା । ଏହାପରେ ଶ୍ରୀ ପଟେଲ ଓ ସି ଡି ପି ଓ ଉଭୟ ପକ୍ଷ ଙ୍କର ଠାରୁ ଏକ ରାଜିନାମ ପତ୍ରରେ ସ୍ଵାକ୍ଷର କରାଇ ଥିଲେ । ଉଭୟ ପକ୍ଷ ଝିଅକୁ 18 ବର୍ଷ ପୂରଣ ହେବା ପରେ ବାହାଘର କରାଇବାରେ ସହମତି ପ୍ରଦାନ କରିବା ପରେ ଅଧିକାରୀ ମାନେ ଝିଅକୁ ତାର ବାପା ମୋହନ ସତନାମୀ କୁ ହସ୍ତାନ୍ତର କରିଥିଲେ ।

0
0
0
s2sdefault