ହେଡଲାଇନସ୍:

ରାସ୍ତାକଡ ମୋ ଅଫିସ, ସବୁ ଘର ମୋର ଅଫିସ : ଅପରାଜିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ):  " #officeonroad- Day ୭ | ଆଲୁଅ ଯେଉଁଠି ରହିବ ସେଇଠି ଜିଜ ଔଜ୍ଜ୍ୱଲ୍ୟକୁ ବିଛୁରିତ କରିବ ! କୌଣସି ଆଲୁଅର ନିଜର ଘର ନଥାଏ | ସଂସଦ ହେଉ ବା ସଡକ, ପଡ଼େନି କୌଣସି ଫରକ | ବିକାଶର ରାଜନୀତି ରହିବ ଜାରି, ସରକାରଙ୍କ ଉପରେ ଜନତା ପଡିବେ ଭାରି | #ସବୁ ଘର ଅଫିସ###" 

ବର୍ତ୍ତମାନ କରୋନା ନିୟମ ଉଲ୍ଲଙ୍ଘନକୁ ନେଇ ବିବାଦରେ ଥିବା ଆଇଏଏସ ଟର୍ଣ୍ଣଡ଼ ପଲିଟିସିଆନ ତଥା ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଢଙ୍ଗି ଏମିତି କିଛି ଟୁଇଟ କରିଛନ୍ତି | ସବୁଠାରୁ ବଡ଼କଥା ହେଲା ଦଳକୁ ଜାତୀୟ ଗଣମାଧ୍ୟମରେ ଡିଫେଣ୍ଡ କରୁଥିବା ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା କିନ୍ତୁ  କୋଭିଡି ପ୍ରଟୋକଲ ଉଲ୍ଲଙ୍ଘନ ପ୍ରସଙ୍ଗରେ ଏକୁଟିଆ ପଡିଗଲେ | ଦଳ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସାଙ୍ଗରେ ଠିଆ ହେଲା ନାହିଁ | ହେଲେ ଅପରାଜିତା ଏକାକୀ ଲଢ଼ିଛନ୍ତି ଏହି ପ୍ରସଙ୍ଗରେ | ଅଫିସ ଯଦିଓ ସିଲ, ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଭେଟି ଆସୁଛନ୍ତି ସେମାନଙ୍କ ପାଖକୁ ଯାଇ | ଆଉ ଏବେ ଲୋକଂ ସମ୍ପର୍କ ଅଭିଯାନ ଜାରି ରଖିଛନ୍ତି | ସମ୍ପୃକ୍ତ ଟୁଇଟରେ ଭୁବନେଶ୍ୱର ଓ ଖୋର୍ଧାର ଜନସାଧାରଣଙ୍କୁ ଭେଟିଥିବା  ଉଲ୍ଲେଖ କରିଛନ୍ତି | ଆଉ ଆଜିର ଟୁଇଟରେ ସେ ତାହା ପ୍ରତିଫଳିତ କରିବା ପାଇଁ ଚାହିଁଛନ୍ତି | ସେ ଟୁଇଟ ଟି ହେଲା 

#officeonroad- Day 7

जहाँ रहेगा वहीं रौशनी लुटायेगा, 

किसी चराग़ का अपना मकाँ नहीं होता 

संसद हो या सड़क ,

पड़ता नहीं फर्क,

विकास की राजनीति रहेगी जारी ,

जनता पड़ेगी सियासत पर भारी

# हर घर ऑफिस###

Met many people from Khurda & Bhubaneswar today. It was a pleasure."

ଅର୍ଥାତ ପରୋକ୍ଷରେ ସେ କହିଛନ୍ତି ଅଫିସ ସିଲ ହେଲେ କଣ ହେଲା, ତାଙ୍କ ପାଇଁ ରାସ୍ତାକଡ କାର୍ଯ୍ୟାଳୟ ଓ ସବୁ ଘର କାର୍ଯ୍ୟାଳୟ . 

ସୂଚନାଯୋଗ୍ୟ ଯେ, କରୋନା ନିୟମ ଉଲ୍ଲଙ୍ଘନ ପ୍ରସଙ୍ଗରେ ସବୁ ଦଳ ଓ ସବୁ ଦଳର ନେତା ମାନେ ଅଭିଯୁକ୍ତ | ସେ ବିଜେପି ହୁଅନ୍ତୁ ହେଉ କି କଂଗ୍ରେସ କି ବିଜେଡି | ହେଲେ ଅପରାଜିତାଙ୍କ ଭଳି ଜଣେ ଦାୟିତ୍ୱସଂପନ୍ନ ଲୋକ ପ୍ରତିନିଧି ଯାହା କରିଛତି ତାହା ଭୁଲ | ଦଣ୍ଡ ଓ କାର୍ଯ୍ୟାନୁଷ୍ଠାନ ହେବ ଠିକ | ଆଉ ଦଣ୍ଡ ବି ସମସ୍ତଙ୍କ ପାଇଁ ସମାନ ବି ହେବ ଉଚିତ | ସରକାର ବା ବିଏମସି ଅପରାଜିତାଙ୍କ କାର୍ଯ୍ୟକଳାପକୁ ଅକ୍ଷମଣୀୟ ଭାବେ ବିବେଚନା କରି ତାଙ୍କ କାର୍ଯ୍ୟାଳୟକୁ ସିଲ କରିଥିଲେ | ହେଲେ ବିଜେଡି ବିଧାୟକ କରୋନା ପଜିଟିଭ ଥାଇ ଶବ ଶୋଭାଯାତ୍ରାରେ ଯାଇ ଭୁଲ ମାଗି କ୍ଷମା ପାଇଗଲେ ଓ  କଂଗ୍ରେସ ଓଡିଶା ପ୍ରଭାରୀ ଡ଼ ଚେଲା କୁମାରଙ୍କ କାର୍ଯ୍ୟକ୍ରମରେ ବି କୋଭିଡ ପ୍ରଟୋକଲ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା | 

0
0
0
s2sdefault