ହେଡଲାଇନସ୍:

ପୁରୀ: ପାଥରପୁରୀ ହଷ୍ଟେଲ ପ୍ରସଙ୍ଗରେ ନରମିଲା ପ୍ରଶାସନ, ୭ ଦିନ ମଧ୍ୟରେ ପୁନର୍ବାର ପାଚେରି ନିର୍ମାଣର ପ୍ରତିସୃତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: ଏକତାହିଁ ବଳ । ଦଳ ନିର୍ବିଶେଷରେ ଏକତ୍ର ହୋଇ ପୁରାତନ ଛାତ୍ର ଓ ଛାତ୍ରନେତା ମାନେ ପାଥରପୁରୀ ବଞ୍ଚାଅ ଆନ୍ଦୋଳନ  ଆରମ୍ଭ କରିଥିଲେ, ସେଥିରେ ସାମାନ୍ୟ ଆଶ୍ୱସ୍ଥ ମିଳିଛି । କିୟାନୁଷ୍ଠାନ କମିଟିର ଏକତା ଓ ଚାପ  ଆଗରେ ନରମିଛି ଜିଲ୍ଲା ପ୍ରଶାସନ । ୭ ଦିନ ମଧ୍ୟରେ ପୂର୍ବବତ ପାଚେରୀ ନିର୍ମାଣର ପ୍ରତିଶୃତି ମିଳିଛି କ୍ରିୟାନୁଷ୍ଠାନ କମିଟିକୁ ।

ସୂଚନା ମୁତାବକ,  ଉପଜିଲ୍ଲାପାଳ ଭବତାରଣ ସାହୁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଦିନ ପ୍ରାୟ ୨ଟା ସମୟରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସୁଜିତ ମହାପାତ୍ର, ହେକ୍ଟର ମିଶ୍ର, ବିଶ୍ୱନାଥ ଦାଶ, ଭବାନୀ ଆଚାର୍ଯ୍ୟ,  ଦେବାଶିଷ ଦାସ, ଜୟନ୍ତ ଦାସ ଓ ଅନ୍ୟ ସଦସ୍ୟମାନେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ଉପଜିଲ୍ଲାପାଳ ଭବତାରଣ ସାହୁ ୭  ଦିନ ମଧ୍ୟରେ ପାଥରପୁରୀର ପାଚେରୀ ଯଥା ସ୍ଥାନରେ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଯାହା କ୍ରିୟାନୁଷ୍ଠାନ କମିଟିର ପ୍ରଥମ ସଫଳତା । ଅନ୍ୟ ପଟେ, କମିଟିର ଆନ୍ଦୋଳନ ସରିନାହିଁ । ଆଗାମୀ ୭ଦିନରେ ଯଦି ପ୍ରଶାସନ ନିଜ କଥା ନ ରଖେ ତେବେ ଆନ୍ଦୋଳନକୁ କଡାକଡି କରାଯିବ ବୋଲି କମିଟି ଚେତାବନୀ ଦେଇଛି ।

0
0
0
s2sdefault