ହେଡଲାଇନସ୍:

ସମ୍ବଲପୁରୀ ଆଲବମ "ତୋର୍ ମୁଲ୍ କି ହସି ": ୨ ଦିନରେ ଦେଖିଲେଣି  ପ୍ରାୟ ୨ ଲକ୍ଷ ଦର୍ଶକ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁରୀ ଆଲବମ "ତୋର୍ ମୁଲ୍ କି ହସି " ରିଲିଜ ହୋଇଛି l ତେବେ ରିଲିଜ ହେବାର  ୨ ଦିନରେ ଭିତରେ ପ୍ରାୟ ୨ ଲକ୍ଷ ଦର୍ଶକ ଦେଖିସାରିଲେଣି l ଦୀର୍ଘ ୧୦ ବର୍ଷ ପରେ ପୁଣି  ଦର୍ଶକ ଙ୍କ ପାଖକୁ ଫେରିଛନ୍ତି ଅଭିନେତା ତଥା ନୃତ୍ୟ କଳାକାର ଭାରତ ଗୌରବ ଦାଶ l ପୂର୍ବରୁ ସେ ଆଲବମ ଜରିଆରେ ମନୋରଞ୍ଜନ କରୁଥିବା ବେଳେ ଏବେ ୟୁଟ୍ୟୁବ ରେ ଆସିଛନ୍ତି l ତାଙ୍କ ସହିତ ଅଛନ୍ତି ଅଭିନେତ୍ରୀ ପ୍ରିତି ପ୍ରିୟଙ୍କା l ରତନ ପୂଜାରୀଙ୍କ ରଚନାରେ ଏହି ଗୀତକୁ ରାହୁଲ କୁମାର ସଂଗୀତ ସଂଯୋଜନା ଏବଂ ରମାକାନ୍ତ ହରିପାଳ କଣ୍ଠଦାନ କରିଛନ୍ତି l ମନୋଜ ସିଂ ଏବଂ ଉମେଶଙ୍କ  ନିର୍ଦେଶନା ନିର୍ମିତ ଏହି ଆଲବମ 'ଆମେ' ମ୍ୟୁଜିକ ସହଯୋଗ ରେ 'ୱେଭରୀ ଥିଁଙ୍ଗ ଫର ୟୁ' ପକ୍ଷରୁ ରିଲିଜ ହୋଇଛି l

0
0
0
s2sdefault