ହେଡଲାଇନସ୍:

କୁର୍ତ୍ତମଗଡ଼ ବଜାରରେ ମାଓ  ପୋଷ୍ଟର ଓ ବ୍ୟାନର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ  : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ବଜାରରେ ମାଓ  ପୋଷ୍ଟର ଓ ବ୍ୟାନର l ଏଥିରେ କୁର୍ତ୍ତୃମଗଡ଼ ପଂଚାୟତର ପୂର୍ବତନ ସରପଞ୍ଚ ଶିରୀଶ ମଳିକ ତଥା  ବିଜେଡି ନେତାଙ୍କୁ ଧମକପୂର୍ଣ୍ଣ ବାର୍ତା ଦେଇଛି ମାଓ ସଂଗଠନ l ଯେଉଁଥିରେ ଉଲେଖ ରହିଛି ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀଙ୍କୁ ଷଡ଼ଯନ୍ତ୍ର କରି  ହତ୍ୟା କରାଯାଇଥିଲା l  ଏହି ହତ୍ୟାକାଣ୍ଡ ଘଟଣା ପୂର୍ବତନ ସରପଞ୍ଚ ଷଡଯନ୍ତ୍ର କରିଥିବା ନେଇ ମାଓ ସଙ୍ଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି l ଏଥିସହ ଅନ୍ୟାୟ ଅତ୍ୟାଚାର ବିରୋଧ ରେ ସଂଗ୍ରାମ କରି ମୃତ୍ୟୁ ବରଣ କରିଥିବା ସହିଦ ମାଓ ବାଦୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି l ଏଣୁ ଆଜି ୧୩-୯-୨୦୨୦ କୁ ସହିଦ ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମାଓବାଦୀ ସଙ୍ଘଠନ l ତେବେ ଏମଟୁ  ମାଓବାଦୀ ପକ୍ଷରୁ ଏହି ଧମକ ପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଛଡା ଯାଇଛି l ଏହି ବ୍ୟାନରକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲି ଥିବା ସୂଚନା ମିଳିବା ସହ ସ୍ଥାନୀୟ ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହୋଇଛି I

0
0
0
s2sdefault