ହେଡଲାଇନସ୍:

ଅଜଣା ରୋଗରେ ପ୍ରାଣ ହରାଇଲେଣି ୧୩ ଜଣ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଉଦାସୀନ ପ୍ରଶାସନ, ଗୁଣିଗାରେଡିରେ ଭରସାରେ ଯାଉଛି ଜୀବନ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଚିକିତ୍ସା ବିଜ୍ଞାନ ଆଜି ବହୁ ଦୂରରେ ପହଂଚିଲାଣି | ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି |  ହେଲେ ଏବେବି  ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର | ଅଜଣା ରୋଗରେ ଗଡି ଚାଲିଛି ମୁଣ୍ଡ | ଗ୍ରାମରେ ଦେଖାଦେଇଛି ଭୟର ବାତାବରଣ | 

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନସ୍ଥ କମରପଲ୍ଲୀ ପଞ୍ଚାୟତର ସୋଡିଗୁଡା ଗ୍ରାମରେ ବଢ଼ି ଚାଲିଛି ଏହି  ଅଜଣା ରୋଗ |  ଏହି ରୋଗରେ  ପୀଡିତ ରୋଗୀଙ୍କ  କହିବା ଅନୁଯାଇ ହାତ ଗୋଡ଼ ଫୁଲିଯିବ ସହିତ ଯନ୍ତ୍ରଣା  ଅନୁଭବ କରୁଛନ୍ତି ଏବଂ ଖାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି | ଲୋକଙ୍କ ଅକାରଣରେ ଚାଲିଯାଉଛି ଜୀବନ | ଗତ  ମାସକ ଭିତରେ ଏହି ଅଜଣା ରୋଗ ନେଲଣି 13 ଜୀବନ | ଦୂର୍ଗମ ଅଞ୍ଚଳର ଲୋକେ କରୋନା ଭୟରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନଯାଇ   ଆଶ୍ରୟ  ନେଇଛନ୍ତି ଗୁଣି ଗାରିଡିର ଚିକିତ୍ସା | ଲୋକଙ୍କୁ ଜ୍ୱର ହେଲେ ଗୁଣିଆ ନିକଟରେ ଝଡା ଫୁଙ୍କା ଉପଚାର କରୁଛନ୍ତି | ପ୍ରଶାସନ ନିକଟରେ  ଏ ନେଇ କୌଣସି ଖବର ନ ଥିବା ବେଳେ ଗ୍ରାମରେ ଦେଖା ଦେଇଛି ଭୟର ବାତା ବରଣ | ବର୍ତ୍ତମାନ ସୁଦ୍ଧା ଏହି ରାଗେରେ ବାମନ ମାଢି ବୟସ-45, ଅଡ଼ମା ସୋଡି- 23, ଲକ୍ଷ୍ମୀ ମାଡି -50, ଇଡିଆ ସୋଡି-26, ସଂମତି ମାଡି- 12 ଏ ପରି 13 ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ପୀଡିତ  ଅଛନ୍ତି କୋଷା ମାଡି- 40 ଓ ପଦ୍ମା ମାଡି -13 ବିଗତଦିନରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଗୁଣିଗାରେଡି ବିରୋଧୀ ସଚେତନା ରଥରେ ପ୍ରସାର କରିଥଲେ ମଧ୍ୟ ଲୋକଙ୍କ ମନରୁ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଦୁରକରି ପାରିନାହାନ୍ତି ।

0
0
0
s2sdefault