ହେଡଲାଇନସ୍:

କରୋନା ମୃତକଙ୍କ ପିଲାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟରେ ବିନାଦେୟରେ ଶିକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟରେ  ପଢ଼ିବା ପାଇଁ ୮ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ବର୍ତ୍ତମାନ ଦୁଃଖରେ ଥିବା କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍‍ ବିଶ୍ୱବିଦ୍ୟାଳୟ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା । କିଟ୍ ର  ଘୋଷଣା ଅନୁସାରେ କରୋନାରେ ମୃତ୍ୟୁ ଘଟିଥିବା ଓଡ଼ିଶାର ଯେ କୌଣସି ବ୍ୟକ୍ତିଙ୍କ ପିଲା କିଟରେ  ଆଇଟିଆଇ, ଡିପ୍ଲୋମାଠାରୁ ଆରମ୍ଭ କରି ବିଭିନ୍ନ ବୈଷୟିକ ଓ ବୃତିଗତ ଉଚ୍ଚଶିକ୍ଷା ବିନା ଦେୟରେ ପଢ଼ି ପାରିବେ । ଚଳିତବର୍ଷ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ଅଗଷ୍ଟ ୩୧ ମଧ୍ୟରେ ଅନ୍ଲାଇନରେ  ୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଏମବିଏ , ୩ଜଣ ବିଟେକ୍ ଏବଂ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଜଣେ ଲେଖାଏଁ ଆବେଦନ କରିଥିଲେ । ଆବେଦନ କରିଥିବା ଏହି ୮ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇ ନାମଲେଖା ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଛି । କିଟର  ଘୋଷଣା ଅନୁସାରେ କରୋନା ମୃତକଙ୍କ ପିଲାମାନଙ୍କ ସକାଶେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୨ ବର୍ଷ ପାଇଁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କିଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault