ହେଡଲାଇନସ୍:

ପୂଜା ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ରସଂଖ୍ୟା ୧୯୭୮/୧୦.୦୯.୨୦୨୦ ଅନୁସାରେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସର ପର୍ବପର୍ବାଣୀ ଦୁର୍ଗାପୂଜା, ଗଜଲକ୍ଷ୍ମୀପୂଜା, କାଖିପୂଜା ଆଦି ପାଳନ ପାଇଁ ଆଜି ସ୍ୱତନ୍ତ୍ର ଭାବେ ଏକ ଗାଇଡ଼ ଲାଇନ ଜାରି କରିଛନ୍ତି । ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପଗୁଡ଼ିକୁ ସର୍ତ୍ତମୂଳକ ଭାବେ ପୂଜା ପାଳନ ନିମନ୍ତେ ଅନୁମତି ଦିଆଯାଇଛି । ପୂଜା ମଣ୍ଡପଗୁଡ଼ିକ ପକ୍ଷରୁ ଏଥି ନିମନ୍ତେ ସବଡ଼ିଭିଜନାଲ ମାଜିଷ୍ଟେ୍ରଟଙ୍କ ନିକଟରୁ ଅନୁମତି ନେବେକୁ ପଡ଼ିବ ।  କେବଳ ବିଧି ଓ ପରମ୍ପରା ରକ୍ଷା କରି ପୂଜାର୍ଚ୍ଚନା କରିପାରିବେ । କୌଣସି ପ୍ରକାରର ଗହଳି କରି ପାରିବେ ନାହିଁ । ପୂଜା ମଣ୍ଡପକୁ ୩ ପାଶ୍ୱର୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଓ ୪ର୍ଥ ପାଶ୍ୱର୍କୁ ଆଂଶିକ ଭାବେ ଖୋଲା ôଖିବେ ଯେପରି ଭିତରେ ରଷିଥିବା ପ୍ରତିମୂର୍ତ୍ତି ବାହାରକୁ ଦୃଷ୍ଟିରେ ଆସି ନ ପାରିବ । ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ପ୍ରତିମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବ । ମଣ୍ଡପରେ କର୍ତ୍ତା ଓ ପୂଜକମାନଙ୍କୁ ମିଶାଇ ମୋଟ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ସମସ୍ତେ ମାସ୍କ ପିନ୍ଦିବା ସହ ସାମାଜିକ ଦୂରତାକୁ ରକ୍ଷା କରିବେ । ଭସାଣ ଉତ୍ସବ ହେବ ନାହିଁ ଏବଂ କୃତ୍ରିମ ପୋଖରୀରେ ମୂର୍ତ୍ତୀକୁ ବିସର୍ଜନ କରାଇବେ । ଏହି ସମସ୍ତ ସର୍ତ୍ତକୁ ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ  ଦିଆଯାଇଛି । 

 

0
0
0
s2sdefault