ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି  ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ

• ଦେଶର ୫ କୋଟି ଘରକୁ ପାଇପ ଯୋଗେ୍ ପ୍ରାକୃତିକ ଗ୍ୟାସ ପହଁଚାଇବାର ଉଚ୍ଚାଭିଳାଷୀ ଯୋଜନା

• ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲ୍ଏନ୍ଜି ଷ୍ଟେସନ ପ୍ରତିଷ୍ଠା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ

• ସିଏନଜି ଷ୍ଟେସନ ଦେଶର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ

• ସାରା ଦେଶରେ ପ୍ରତିଷ୍ଠା କରାଯିବ ୫ ହଜାର କମ୍ପେ୍ରସଡ୍ ବାୟୋ ଗ୍ୟାସ ପ୍ଲାଂଟ୍

• ଚୀନ ଏବଂ ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର

• ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ କାର୍ଯ୍ୟରତ ଭାରତ ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୦ – ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦେ୍ଧଶ୍ୟରେ ୫୬ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ । ଆଜି ରାଷ୍ଟ୍ର ଉଦେ୍ଧଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି । ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି । ଦେଶର ୫ କୋଟି ଘରକୁ ପାଇପ ଯୋଗେ୍ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲ୍ଏନ୍ଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ । ଏହାସହ ସାରା ଦେଶରେ ୫୦୦୦ କମ୍ପେ୍ରସଡ୍ ବାୟୋ ଗ୍ୟାସ ପ୍ଲାଂଟ୍ ପ୍ରତିଷ୍ଠା  କରିବା ଦିଗରେ ଭାରତ ସରକାର ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଭାରତ ସରକାର ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସର ସେୟାରକୁ ବର୍ତମାନର ୬.୩ ପ୍ରତିଶତରୁ ୧୫ ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ଦେଶରେ ପ୍ରାୟ ୧୭ ହଜାର କିମି ଲମ୍ବ ଗ୍ୟାସ ପାଇପଲାଇନର ନିର୍ମାଣ କାମ ଚାଲୁଅଛି । ପରିବେଶ ସହଯୋଗୀ ଇନ୍ଧନ ଉପଲବ୍ଧ କରିବା ପାଇଁ ସିଜିଡି ନେଟୱାର୍କର ସଂପ୍ରସାରଣ କରାଯାଉଛି । ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଏବଂ ସିଏନଜି ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ ଯୋଗାଯାଉଛି । କମ୍ପେ୍ରସଡ୍ ବାୟୋ-ଗ୍ୟାସ(ସିବିଜି) ଏବଂ ଜୈବଖତ ଉପôାଦନ କରି ଉଦ୍ୟମୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଚୀନ ଏବଂ ଆମେରିକା ପରେ ଦ୍ୱିତୀୟ ବୃହତମ ଜନସଂଖ୍ୟା ଆଧାରରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର । ବିଶ୍ୱରେ ଅଧିକ ଉର୍ଜା ବ୍ୟବହାର କରିଥିବା କ୍ଷେତ୍ରରେ ଭାରତରେ ଉର୍ଜା ଉପଭୋକ୍ତା ଏବଂ ଉର୍ଜା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ।

ଉର୍ଜା ବ୍ୟବସାୟରେ ନୂଆ ନିବେଶକଙ୍କ ପାଇଁ ନୀତି ସଂସ୍କାର ଅଣାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଉର୍ଜା କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ବଢିବ ଏବଂ ଉପଭୋକ୍ତାଙ୍କ ପାଇଁ ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault