ହେଡଲାଇନସ୍:

ଭଦ୍ରକ ଜିଲ୍ଲାରୁ ୪ ଜଣ ବ୍ୟକ୍ତି ଦାନ କଲେ ପ୍ଲାଜମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର, (ଶାସକ ପ୍ରଶାସକ ) : ପ୍ଲାଜମା ଥେରାପି ଦ୍ୱାରା କୋଭିଡ-୧୯ ସଂକ୍ରମିତ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ପରିପ୍ରେକ୍ଷୀରେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗଭର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ "ପ୍ଲାଜମା ଦାନ ଜୀବନ ଦାନ' ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଆଜି ଭଦ୍ରକଜିଲ୍ଲାରୁ ୪ ଜଣ ବ୍ୟକ୍ତି ସ୍ଵେଛାକୃତ ଭାବରେ ନିଜର ପ୍ଲାଜମା ଦାନ କରିଛନ୍ତି । କୋଭିଡ-୧୯ରୁ ସୁସ୍ଥହୋଇଥିବା ଭଦ୍ରକର ୪ ଜଣ ବ୍ୟକ୍ତି ଜିଲ୍ଲା ଦାୟିତ୍ୱରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନେ ହେ ଲେ ଭଦ୍ରକ କିଲ୍ଲାର ବନ୍ତ ବ୍ଲକର୍ ଶ୍ରୀ ମାନସ ରଞ୍ଜନ ଦାଶ ଏବଂ ବାସୁଦେବ ପୁର ବ୍ଲକ୍ର ଶ୍ରୀ ବସନ୍ତ କୁମାର ବେହେରା, ଶ୍ରୀ ଦିଲ୍ଲୀପ କୁମାର ସାମଲ ଓ ଶ୍ରୀ ରମାକାନ୍ତ ଲେଙ୍କା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ଲାଜମାଦାତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କଟକ ପାନ୍ଥନିବାସଠାରେ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ପ୍ଲାଜମା ଦାନ କାର୍ଯ୍ୟର ସୁପରିଚାଳନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବା ନିମନ୍ତେ ଆଗେଇ ଆସିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । 

 

 

 

0
0
0
s2sdefault