ହେଡଲାଇନସ୍:

ଦେବଝରଣ ଠାରେ ଇକୋ ପର୍ଯ୍ୟଟନ ଉଦ୍ୟାନ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ୍ କୟାକୁଦ୍ ପଞ୍ଚାୟତ ଦେବଝରଣ ଡ୍ୟାମ ଠାରେ , ଓଡିଶା ସରକାର ଙ୍କ ଜଳ ସମ୍ପଦ ବିଭାଗ କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାରିପାର୍ଶ୍ୱିକ ଉନ୍ନୟନ ଅନୁଦାନ  ୫୬.୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଇକୋ ପର୍ଯ୍ୟଟନ ଉଦ୍ୟାନ ମଙ୍ଗଳବାର ସନ୍ଧ୍ୟା ୫ ଟା ରେ ଲୋକାର୍ପିତ ହୋଇଯାଇଛି I

ଏଥିରେ ମାନ୍ୟବର ରେଢାଖୋଲ ବିଧାୟକ ତଥା ସରକାରୀ ଦଳର ଉପ ମୁଖ୍ୟ ସଚେତକ ରୋହିତ୍ ପୂଜାରୀ ଏହାକୁ ଉଦଘାଟନ କରିଛନ୍ତି  I ଏହି କାର୍ଯ୍ୟ କ୍ରମରେ କ୍ଷୁଦ୍ର ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ I

0
0
0
s2sdefault