ହେଡଲାଇନସ୍:

ଆଇଟିଡିଏ ମହାଦୁର୍ନୀତି ପ୍ରସଙ୍ଗ :ଧାରଣାରେ ବସିଲେ ସୂଚନା ଅଧିକାର କର୍ମୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଆଦିବାସୀ ପିଲାଙ୍କ କୁଶଳୀ ତାଲିମ କାର୍ଯ୍ୟକ୍ରମ ଆୟୋଜନରେ ହୋଇଥିବା ମହାଦୁର୍ନୀତିକୁ ପ୍ରଶାସନ ପକ୍ଷରୁ ଘଣ୍ଟ ଘୋଡାଇବାକୁ ପ୍ରୟାସ କରାଯାଉଥିବା ବେଳେ ନିରପେକ୍ଷ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ସୁଶୀଲ ଗୁପ୍ତା | ଆଜି ସୁଶୀଲ ଆଇଟିଡ଼ିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଏହି ମହାଦୁର୍ନୀତି ଘଟଣାର ନିରପେକ୍ଷ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି | ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୁପ୍ତା କହିଛନ୍ତି ଯେ ୨୦୧୯ ମସିହା ଡିସେମ୍ବର ମାସରୁ ଆଦିବାସୀ ସମନ୍ୱିତ ସଂସ୍ଥା ସୁନ୍ଦରଗଡ଼ କାର୍ଯ୍ୟାଳୟରେ ହୋଇଥିବା ମହାଦୁର୍ନୀତି ବିଷୟରେ ସୂଚନା ଅଧିକାର ଆଇନ ଜରିଆରେ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ | ବିଗତ ୮ ମାସ ଧରି ତଥ୍ୟ ନମିଳିବା ତଥା ଦୁର୍ନୀତି ସମ୍ୱନ୍ଧରେ ବିଭିନ୍ନ ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ପ୍ରସାରଣ ହେଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଅସମ୍ଭବ ନୀରବତା ମତେ ଆଶ୍ଚର୍ଯ୍ୟ କରିଛି | ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କାହିଁକି ଘଣ୍ଟ ଘୋଡା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି | କାର୍ଯ୍ୟାଳୟରେ ମୋ ସରକାର ୫ ଟି ର ଶାଖା ଥିଲେ ମଧ୍ୟ କାହିଁକି ଏତେବଡ଼ ମହାଦୁର୍ନୀତିକୁ ଏଡାଇ ଦିଆଯାଉଛି ଓ ଏପରି ସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କାହିଁକି ନିଷ୍କ୍ରିୟ ରହୁଛି ତାହାକୁ ନେଇ ମନରେ ଆଶଙ୍କା ସୃଷ୍ଟି ହେଉଛି | ଯଦି କୌଣସି ସରକାରୀ ବିଭାଗରେ ମହାଦୁର୍ନୀତି ଖବର ଲୋକ ଲୋଚନକୁ ଆସେ ତେବେ ଜିଲ୍ଲାପାଳଙ୍କ ଦାଇତ୍ୱ ହିସାବରେ ସମ୍ପୃକ୍ତ ଅଧିକାରୀଙ୍କୁ ଯଥାଶୀଘ୍ର ନିଲମ୍ବିତ କରି ଅତିଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଜିଲ୍ଲା ପ୍ରଶାସନର ଦାଇତ୍ୱ ହୋଇଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବରଂ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇ ଭୁଲ ହୋଇଥିବା ଫାଇଲ ଗୁଡିକୁ ସୁଧାରିବା ପାଇଁ ସମୟ ଦିଆଯାଇଛି | ଯାହା ଜିଲ୍ଲା ପ୍ରଶାସନର ସ୍ୱଛତା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ବିଭାଗରେ ବର୍ଷବର୍ଷ ଧରି ଠିକାଦାର ମାନଙ୍କ ଵିଲ ଅଟକ ରଖାଯିବା ସହ ତାଙ୍କର ସିକୁରିଟି ଟଙ୍କାରେ ହରିଲୁଟ କରିନେବାର ଖବର ଲୋକଲୋଚନକୁ ଆସିଛି ଯାହାକି  କାର୍ଯ୍ୟାଳୟ ସ୍ତରରେ ଢାଙ୍କିବାକୁ ପ୍ରୟାସ ଚାଳିଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି କାର୍ଯ୍ୟାଳୟ ଅଧୀନରେ ବର୍ଷ ବର୍ଷ ଧରି  ବିଭିନ୍ନ "ଏନଜିଓ"କାର୍ଯ୍ୟରତ ଅଛନ୍ତି କିନ୍ତୁ  ସେମାନେ ଆଦିବାସୀ ପିଲାଙ୍କୁ କୁଶଳୀ ତାଲିମ ଶିକ୍ଷା ,ଚାରା ରୋପଣ ଭଳି ଅନେକ କାର୍ୟ୍ଯ ଏନଜିଓ ମାନେ କାର୍ୟ୍ଯ କରି ଆସୁଛନ୍ତି | ଯାହା କେବଳ  କାଗଜପତ୍ରରେ ସୀମିତ | ତାହାର ନିରପେକ୍ଷ ତଦନ୍ତ ନିହାତି ଜରୁରୀ ନଚେତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଆସୁଥିବା କୋଟିକୋଟି ଟଙ୍କା ପାଣିର ଗାର ହୋଇଯିବ | ଏହି ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ମୁଖ୍ୟ ଅଧିକାରୀଙ୍କୁ ବଦଳି ନକରାଯାଇ ବରଂ ତାଙ୍କ ଉପରେ ରାଜ୍ୟ ସରକାରଙ୍କ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସୁଶୀଲ ଦାବୀ ରଖିଛନ୍ତି |

0
0
0
s2sdefault