ହେଡଲାଇନସ୍:

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଶୋକଵ୍ୟକ୍ତ କଲେ ବରିଷ୍ଠ ନେତୃବୃନ୍ଦ 

ଭୁବନେଶ୍ୱର:   ବିଜୁ ଜନତା ଦଳର ଦୀର୍ଘକାଳୀନ ସାଧାରଣ ସମ୍ପାଦକ , ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଂସଦ ନରେନ୍ଦ୍ର ସ୍ୱାଇଁଙ୍କର ଆଜି ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ସେ କିଛିଦିନ ଧରି ଅସୁସ୍ଥ ଥିଲେ | ଚିକିତ୍ସିତ ଅବସ୍ଥାରେ ଶ୍ରୀ ସ୍ବାଇଁଙ୍କ ଦେହାନ୍ତ ହୋଇଯାଇଛି |

  ଶ୍ରୀ ସ୍ବାଇଁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ସ୍ବାଇଁଙ୍କୁ  ଜଣେ ଉତ୍ସର୍ଗୀକୃତ ସଂଗଠକ ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ଶ୍ରମଜୀବୀମାନଙ୍କ ପାଇଁ ତାଙ୍କର ସେବା ତାଙ୍କୁ ସବୁବେଳେ ସ୍ମରଣୀୟ ରଖିବ ବୋଲି କହିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜ୍ଞାପନ କରିଛନ୍ତି | 

କେନ୍ଦ୍ର ପେଟ୍ରୋଲିଅମଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ସ୍ବାଇଁଙ୍କ ବିୟୋଗରେ ଶୋକାଵ୍ୟକ୍ତ କରିଛନ୍ତି | ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ଓ ଦୁଃଖିତ । ଦୀର୍ଘ ଦିନ ଧରି ସେ ସାମାଜିକ ଓ ରାଜନୈତିକ ଜୀବନ ସହ ଜଡ଼ିତ ଥିଲେ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।" 

ସେହିପରି  କେନ୍ଦ୍ରମନ୍ତ୍ରୀପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଓ ବିଧାୟକ ଶ୍ରୀ ସ୍ବାଇଁଙ୍କ ବିୟୋଗରେ ଶୋକଵ୍ୟକ୍ତ କରିଛନ୍ତି |  ସମେତ ବିଭିନ୍ନ ଦଳର ନେତୃବର୍ଗ, ମନ୍ତ୍ରୀ ଓ ବିଧାୟକମାନେ ଶ୍ରୀ ସ୍ୱାଇଁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।

ତାଙ୍କର ଆଶା ଥିଲା, ହେଲେ ନିରାଶ ହେଲେ ପ୍ରତିବାଦ ନଥିଲା  | ସେ ଆଶାୟୀ ଥିଲେ, ହେଲେ ଅନେକଙ୍କ ପରି ବିଦ୍ରୋହୀ ନଥିଲେ |  ରାଜନୀତିରେ ଧର୍ଯ୍ୟ କଣ ତାହାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ନରେନ୍ଦ୍ର ବାବୁ |  ଦଳର ସୁପ୍ରିମୋଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲେ ମଧ୍ୟ କେବେ ଏମଏଲଏ କିମ୍ବା ଏମପି ଟିକେଟ୍ ଖଣ୍ଡେ ପାଇଁ ବ୍ୟାକୁଳ ନ ଥିଲେ ।  ଓଡ଼ିଶା ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା ତାଙ୍କୁ | ଶେଷରେ ତାଙ୍କ ନିଷ୍ଠା ଓ ଧୈର୍ୟ ପାଇଁ ତାକୁ ଦଳ ସୁପ୍ରିମୋ ପୁରସ୍କୃତ କରିଥିଲେ | ୨୦୧୫ ରେ ବିଜେଡ଼ି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୫ ଡିସେମ୍ବର ୭ରୁ ୨୦୨୦ ଏପ୍ରିଲ୍ ୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ |

0
0
0
s2sdefault