ହେଡଲାଇନସ୍:

ଅର୍ଜୁନ ପୁରସ୍କାରରେ ପୁରସ୍କୃତ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ସାହାସିକତା ପାଇଁ ପୁରସ୍କୃତ ହୋଇଥିବା ଖେଳାଳିଙ୍କୁ ମଧ୍ୟ ଦେଲେ ଅଭିନନ୍ଦନ

ଭୁବନେଶ୍ୱର(ଶାସକ ପ୍ରଶାସକ) – ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦ୍ରୁତତମ ଧାବିକା ଓଡ଼ିଆ ଝିଅ ଦୂତୀ ଚାନ୍ଦ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଭିସି ଜରିଆରେ ଅର୍ଜୁନ ପୁରସ୍କାରରେ ପୁରସ୍କୃତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଓଡ଼ିଶାକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ତାଙ୍କର ସଫଳତା କାମନା କରିଛନ୍ତି ଶ୍ରୀ ପ୍ରଧାନ ।

 ସେହିପରି କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥଲେଟ୍ ଜୟନ୍ତୀ ବେହେରା ଓ ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ସାହାସିକତା ପାଇଁ ପୁରସ୍କୃତ ହୋଇଥିବା ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ମଧ୍ୟ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି  ।

କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଥିବା କ୍ରୀଡ଼ା ପ୍ରତିଭା ଓ ପ୍ରଶିକ୍ଷକଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇବା ସହ ସମସ୍ତେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି  । ସମସ୍ତଙ୍କ ପ୍ରଚେଷ୍ଟା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି  । 

0
0
0
s2sdefault