ହେଡଲାଇନସ୍:

ବନ୍ୟାସ୍ଥିତି ସୁପରିଚାଳନା ପାଇଁ ୭ ଜିଲ୍ଲା ଦାୟିତ୍ୱରେ ସାତ ଆଇଏଏସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଦେଖା ଯାଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ବନ୍ୟା ପରିଚାଳନା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ଆଇଏଏସ ଅଫିସରଙ୍କୁ ସ୍ୱତନ୍ତ ଭାବେ ଗୋଟିଏ ଗୋଟିଏ ଜିଲ୍ଲାର ତଦାରଖ  ଦାୟିତ୍ୱ ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟି ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲା  ଦାୟିତ୍ୱ ଦିଆଯାଇଥିବା ବେଳେ ଡ଼ି କେ ସିଂଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି | ସେହିପରି ବିଶାଳ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠିଙ୍କୁ ଭଦ୍ରକ, ଭି ଭି ଯାଦବଙ୍କୁ ଯାଜପୁର ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟବ୍ରତ ସାହୁଙ୍କୁ ଜଗତସିଂପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି | ସେହିପରି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି | 

0
0
0
s2sdefault