ହେଡଲାଇନସ୍:

+୨ ବିଜ୍ଞାନ ପରୀକ୍ଷାରେ ଏମପିସି କନିଷ୍ଠ ବିଦ୍ୟାଳୟର ଛାତ୍ର ଆଶିଷ ଜିଲ୍ଲା ଟପ୍ପର  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୨୦ ଫଳ ଅଗଷ୍ଟ ୧୨ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ରେ ପ୍ରକାଶ ପାଇଛି । ଏଥିରେ ବାରିପଦାସ୍ଥିତ ଏମପିସି କନିଷ୍ଠ ମହାବିଦ୍ୟାଳୟର ଛାତ୍ର ତଥା ବାରିପଦା ସହରର ଦୀପକ କୁମାର ମହାନ୍ତଙ୍କ ପୁତ୍ର ଆଶିଷ କୁମାର ମହାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୯୦.୬୭ ପ୍ରତିଶତ ହାରରେ ମୋଟ ୫୪୪ ନମ୍ବର ରଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶ୍ରୀମହାନ୍ତ  ଭବିଷ୍ୟତରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ହେବାର ଲକ୍ଷ ରଖିଛନ୍ତି ଏବଂ ତାଙ୍କର ଏହି ସଫଳତା ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ପିତାମାତା ଓ ଗୁରୁଜନମାନଙ୍କ ଆଶିର୍ବାଦ ସହ ବାରିପଦାସ୍ଥିତ ଦିଗନ୍ତ ବିକାଶ ଇନଷ୍ଟିଚୁ୍ୟଟ ଅଫ୍ ସାଇନ୍ସର ସହାୟତାକୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । 

 

0
0
0
s2sdefault