ହେଡଲାଇନସ୍:

ପ୍ରଚାର ଭିତରେ ରାହୁଲ-ପାଣ୍ଡିଆନ ପଖାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି ବିଜେଡି ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ | ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ |
କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ | ସାଥୀ ରେ ଥିଲେ ପ୍ରଚାର କଭର କରିବାକୁ ଆସିଥିବା India Today TV National channel ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ | ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ | କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ,ବଡି ଚୁରା, ଭେଣ୍ଡି ଭଜା, ଆଳୁ ଭରତା ଆଉ ଦହି. ର ମଜ୍ଜା ନେଇ ଥିଲେ ଦୁଇ ଜଣ |
ସମ୍ପୂର୍ଣ ନିରାମିଷ ଖାଦ୍ୟ. ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନ ବାବୁଙ୍କ ର ଖୁବ ପସନ୍ଦ | ଆମ ମୁଖ୍ୟମନ୍ତ୍ରୀଙ୍କ ର ମଧ୍ୟ ବହୁତ ପ୍ରିୟ ପଖାଳ | ପଖାଳ ର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲ ଙ୍କୁ ବୁଝାଇବା ସହ ଓଡ଼ିଆ ଙ୍କ ର ଏହି ସାଧାରଣ ତଥା ହିତକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷି ଥାନ୍ତି ସେ ବିଷୟରେ ଶ୍ରୀ ପାଣ୍ଡିଆନ ଖାଇବାବେଳେ କହିଥିଲେ | ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ |

0
0
0
s2sdefault