ହେଡଲାଇନସ୍:

ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୯୮ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାରେ ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୯୮ ରେ ପହଞ୍ଚିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ୧ ଜଣ  ରେଢ଼ାଖୋଲର ହୋଇଥିବା ବେଳେ  ବାକି ସବୁ ୫୫ ଯାକ ମାମଲା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ସ୍ଥାନୀୟ ମାଝିପାଲିରେ ଜଣେ ୭ ବର୍ଷୀୟ ବାଳକ ସହିତ ୩ଜଣ, ବଡ଼ବଜାରରେ ୪ଜଣ, ମୁଦିପଡାରେ ୩ଜଣ, ସାକ୍ଷୀପଡା ରେ ୨ଜଣ ତଥା ବୁଢ଼ାରଜା,କୁମ୍ଭାରପଡ଼ା, କୁଷ୍ଟାପଡା, ଶାନ୍ତି ନଗର, ଗୋପାଳମାଲ, ଜଗନ୍ନାଥ ମନ୍ଦିର କଲୋନୀ, ଦଶମତୀପଡା, ଗୋଲବଜାର, ଶଙ୍କର ମଠ, ଭତରା, କମଳିବଜାର ଓ ଭୋଇପାଲିରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ସଙ୍କଟାପନ୍ନ ସ୍ଥିତି ଷ୍ଟେସନ ପଡ଼ାରେ ଦେଖାଯାଇଛି, ଯେଉଁଠାରେ ଏକା ଦିନକରେ ୨୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ରୂପେ ସିଲ୍ କରି ଦିଆଯାଇଛି । ଗତକାଲି ୪୦ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସ°ଖ୍ଯା ୫୬ରେ ଯାଇ ପହଞ୍ଚିଚିଛି l ସମ୍ଵଲପୁର ଜିଲ୍ଲାରେ ଆଜି ୫୬ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟାା ୩୯୮ରେ ପହଁଚିଛି l

          ତେବେ ଆଜିର ସମସ୍ତ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି  ଏବଂ ସମସ୍ତ  ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

 

0
0
0
s2sdefault