ହେଡଲାଇନସ୍:

"ଚୋରମାନେ ଯିଏ ବି ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ମୁହଁତୋଡ଼ ଜବାବ ଦିଆଯିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ"

ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‍ ପ୍ରଚାର

  • ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଲା

  • ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଲୋକଙ୍କ ସମ୍ମତି ନେଲେ, ବିରୋଧୀ ଦଳ ମିଛ କହୁଛନ୍ତି, ତାଙ୍କ ନେତା କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି

  • ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ମଧ୍ୟରୁ ଆମର ୫ଜଣ ପ୍ରାର୍ଥୀ ହେଉଛନ୍ତି ମହିଳା, ଲୋକସଭା ପ୍ରାର୍ଥୀ ମଧ୍ୟ ଜଣେ ଯୁବ ମହିଳା, ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି, କଂଗ୍ରେସ, ବିଜେପି କେବଳ କଥା କହନ୍ତି

  • ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ଇସ୍ତାହାର ଘୋଷଣା କରିବେ, ସବୁବର୍ଗ ପାଇଁ ବିଶେଷ କରି ଯୁବବର୍ଗ ପାଇଁ ଆଣିବ ଖୁସି ଖବର, ସାରା ଓଡ଼ିଶା ପାଇଁ ଖୁସି ଆଣିଦେବ-କାର୍ତ୍ତିକ ପାଣ୍ଡିଆନ

  • ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା ପ୍ରତିଶ୍ରୃତି ଓ ବିକାଶବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ, କର୍ମୀଙ୍କୁ ଅନୁରୋଧ କଲେ ପାଣ୍ଡିଆନ

  • ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ଏଥିରେ ବିଜେଡ଼ିର ୯୦ ପ୍ରତିଶତ ଷ୍ଟ୍ରାଇକ୍‍ ରେଟ୍‍ ରହିଛି, ଏହାକୁ ଶତ ପ୍ରତିଶତ କରିବା ପାଇଁ ଆହ୍ୱାନ ଦେଲେ

  •  ବିଜେପି ଦଳ ୨୪ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଠିକ୍ କରିପାରୁନାହାନ୍ତି

  • ବିଜେପି ଇସ୍ତାହାର ମିଛର ଗନ୍ତାଘର, ୨୦୧୪ ଓ ୨୦୧୯ରେ ମିଛ କହିଥିଲେ, ୨୦୨୪ରେ ମଧ୍ୟ ପ୍ରବଳ ମିଛ କହୁଛନ୍ତି

  • ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି, ସେମାନଙ୍କ ଉପରେ ଥିବା ୫୦,୦୦୦ ଛୋଟ ବଡ଼ ପୁଲିସ କେସ୍‍କୁ ରଦ୍ଦ କରିଛନ୍ତି

 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା । ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି ।

ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ ତ ? ଏଥିରେ ଉପସ୍ଥିତ ସବୁ ଲୋକ ଠିଆ ହୋଇ କରତାଳି ଦେଇ ବହୁତ ଜୋର୍‍ରେ ‘ହଁ’ ମାରି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀ ଦଳ ମିଛ କହୁଛନ୍ତି ଓ ତାଙ୍କ ନେତାମାନେ ମଧ୍ୟ ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ ।

ସଭାରେ ଯୋଗ ଦେଇ ବରିଷ୍ଠ ବିଜୁ ଜନତା ଦଳ ନେତା କହିଥିଲେ ଯେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ଇସ୍ତାହାର ଘୋଷଣା କରିବେ । ସବୁବର୍ଗ ପାଇଁ, ବିଶେଷ କରି ଯୁବବର୍ଗ ପାଇଁ ଏହି ଇସ୍ତାହାର ଆଣିବ ଖୁସି ଖବର । ସାରା ଓଡ଼ିଶା ପାଇଁ ଖୁସି ଆଣିଦେବ ।

ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରି କହିଥିଲେ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା ସମସ୍ତ ପ୍ରତିଶ୍ରୃତି ଓ ବିକାଶବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ । ସମସ୍ତଙ୍କୁ ସଚେତନ କର ଓ ବିରୋଧୀ ଦଳର ମିଛକୁ, ସେମାନଙ୍କ ଅପପ୍ରଚାରକୁ ପ୍ରତିହତ କର ।

ସେ କହିଥିଲେ ଯେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ମଧ୍ୟରୁ ଆମର ୫ଜଣ ପ୍ରାର୍ଥୀ ହେଉଛନ୍ତି ମହିଳା । ଲୋକସଭା ପ୍ରାର୍ଥୀ ମଧ୍ୟ ଜଣେ ଯୁବ ମହିଳା । ଏଥିରୁ ଆପଣମାନେ ଜାଣନ୍ତୁ ମହିଳା ସଶକ୍ତିକରଣ ଉପରେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି । କଂଗ୍ରେସ, ବିଜେପି କେବଳ କଥା କହନ୍ତି, ସେମାନେ କେବଳ ବଡ଼ ବଡ଼ କଥା କହନ୍ତି କିଛି କରନ୍ତି ନାହିଁ ।

ବିଜେପି ଇସ୍ତାହାର କେବଳ ମିଛର ଗନ୍ତାଘର ବୋଲି ସେ କହିଥିଲେ । ୨୦୧୪ ଓ ୨୦୧୯ରେ ମଧ୍ୟ ସେମାନେ ମିଛ କହିଥିଲେ । ୨୦୨୪ ଇସ୍ତାହାରରେ ମଧ୍ୟ ସେମାନେ ପ୍ରବଳ ମିଛ ପ୍ରତିଶ୍ରୃତି ଦେଇଛନ୍ତି, ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

ବିଜେପି ଦଳ ଉପରେ ଆକ୍ରମଣ କରି ସେ କହିଲେ ଯେ ବିଜେପି ଗତ ୨୪ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଠିକ୍ କରିପାରୁନାହାନ୍ତି । କାରଣ ସେମାନେ ଜାଣିଛନ୍ତି ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ସେହିଦିନ ତାଙ୍କର ଆସନ ସଂଖ୍ୟା ୧୦ରୁ ବି କମିଯିବ ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ଏଥିରେ ବିଜେଡ଼ିର ୯୦ ପ୍ରତିଶତ ଷ୍ଟ୍ରାଇକ୍‍ ରେଟ୍‍ ରହିଛି, ଏହାକୁ ଶତ ପ୍ରତିଶତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଗୋପାଳପୁରରେ ସେ କହିଲେ ବିରୋଧୀ ଦଳରୁ ଚୋରମାନେ ଯିଏ ବି ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କୁ ମୁହଁତୋଡ଼ ଜବାବ ଦିଆଯିବ । ସେ କହିଲେ ଯେ କିଛିଦିନ ତଳେ ବିରୋଧୀ ଦଳ ଏଠାରେ ପ୍ରୋଗ୍ରାମ କରିଥିଲେ, ସେ ପ୍ରୋଗ୍ରାମ ଏବଂ ଏଇ ପ୍ରୋଗ୍ରାମ ମଧ୍ୟରେ ଫରକ୍‍ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଏତେସଂଖ୍ୟାରେ ଆପଣଙ୍କ ଭଲପାଇବା ଏକ ଭଲ ବାର୍ତ୍ତା ଦଉଛି ।

କନ୍ଧମାଳ ଲୋକସଭା ଆସନରେ ଅଭିଭାଷଣ ସମୟରେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ସୁଖଦୁଖର ସାଥି ହୋଇଅଛନ୍ତି । ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ଗଠନ କରିଛନ୍ତି । ବିଭିନ୍ନ ଛୋଟ ବଡ଼ ଜଙ୍ଗଲ. ଅବକାରୀ ତଥା ପୋଲିସ କେସ୍‍ରେ ଛନ୍ଦି ହୋଇ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମୁଖ୍ୟମନ୍ତ୍ରୀ ତାକୁ ସହୃଦୟତାର ସହିତ ନେଇ ସେମାନଙ୍କ ଉପରୁ ୫୦,୦୦୦ ପୋଲିସ କେସ ରଦ୍ଦ କରିଛନ୍ତି ।

ଏହି ସଭାଗୁଡ଼ିକରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍‍ସିପାତ୍ର, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତଙ୍କ ସହିତ ସବୁ ବିଧାନସଭା ମଣ୍ଡଳୀର ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ ।

0
0
0
s2sdefault