ହେଡଲାଇନସ୍:

କନ୍ଧମାଳ ଜିଲ୍ଲାରେ ଗର୍ବ ସାଜିଲେ ନିପଟ ମଫସଲ ଗାଁ ଗୋଇବନ୍ଧାର ମୀନାକ୍ଷୀ   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ: ଚେଷ୍ଟା ହିଁ  ସଫଳତାର  ଚାବିକାଠି l କଥାରେ ଅଛି ଦୃଢ ଇଛାଶକ୍ତି ଓ ଅଧ୍ୟବସାୟ ବଳରେ ଶୀର୍ଷର  ସୋପାନକୁ  ପହଞ୍ଚି ହୁଏ l କନ୍ଧମାଳର  ସୁନାଝିଅ ମିନାକ୍ଷୀ ମେଟ୍ରିକ ପରୀକ୍ଷାରେ ସମସ୍ତଙ୍କୁ  ପଛରେ ପକାଇ ଜ଼ିଲ୍ଲା ତଥା  ରାଜ୍ୟପାଇଁ  ଗୌରବ ଆଣିଛନ୍ତି l କ.ନୂଆଗାଁ ବ୍ଲକ ନିପଟ ମଫସଲ ଗାଁ ଗୋଇବନ୍ଧାର ଏକ ଗରିବ ଚାଷୀ ପରିବାରର  ଝିଅ ମିନାକ୍ଷୀ ମଲିକ ତୁମୁଡିବନ୍ଧ ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଜଳେଶପଟାରେ ଅଧ୍ୟୟନ  କରି ଚଳିତ ମେଟ୍ରିକ ପରୀକ୍ଷାରେ ସର୍ବାଧିକ 556 ନମ୍ବରରଖି  ଜିଲ୍ଲାରେ  ଟପ୍ପର ହୋଇଛନ୍ତି  l ମିନାକ୍ଷୀଙ୍କ ବାପା ରାଜୀବ ମଲିକ ଜଣେ ଚାଷୀ l ଗରିବ ଆଦିବାସୀ ପରିବାରର ଝିଅ ମିନାକ୍ଷୀଙ୍କ ଏହି ସଫଳତା ପାଇଁ ଜ଼ିଲ୍ଲାର  ବିଭିନ୍ନ ମହଲରେ  ଶୁଭେଚ୍ଛାର  ସୁଅ ଛୁଟୁଛି l ମିନାକ୍ଷୀ ନିଜର ଏହି ସଫଳତା ପାଇଁ ବେଶ ଖୁସି ଅଛନ୍ତି l ଦୈନିକ 10 ରୁ 12 ଘଣ୍ଟା କଠିନ ପରିଶ୍ରମ କରୁଥିଲେ l ଆଗକୁ ଡାକ୍ତର ହୋଇ  ସମାଜସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି l ତାଙ୍କର  ଏହି ସଫଳତାର ଶ୍ରେୟ ବାପା ରାଜୀବ ଓ  ମା ନୀଳନ୍ତି ଏବଂ  ବିଦ୍ୟାଳୟର  ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି ମିନାକ୍ଷୀ  l ମିନାକ୍ଷୀ ଯେ କେବଳ ପାଠରେ ନୁହେଁ ,  ସ୍କୁଲରେ  ଡିବେଟ କୁଇଜ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ  କୃତିତ୍ୱ ଅର୍ଜନ କରିଛନ୍ତି l ଛୁଟିରେ ହଷ୍ଟେଲରୁ  ଫେରି ଗାଁକୁ  ଆସିଲେ  ବାପା ମାଙ୍କୁ  ଚାଷ କାମରେ ସାହାଯ୍ୟ କରନ୍ତି l

0
0
0
s2sdefault