ହେଡଲାଇନସ୍:

ନୟାଗଡ ଜିଲ୍ଲାରେ ପ୍ରଥମ ତିନି ସ୍ଥାନରେ ଝିଅ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 
  • ପ୍ରଥମ ଓ ତୃତୀୟ ସ୍ଥାନରେ ଓଡଗାଁ ରାଧାକାନ୍ତ ବାଳିକା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଜ୍ଞା ଓ ମେଘନା 

  • ଦ୍ଵିତୀୟ ସ୍ଥାନରେ ରହିଲେ  ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ମାନମୟୀ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଅନେକ ଆଶା ଆଶଙ୍କାକୁ ଦୁରେଇ ଦେଇ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ୨୦୧୭/୧୮ମସିହା ଫଳାଫଳକୁ ଦୋହରାଇ ପୁଣି ୨୦୧୯/୨୦ରେ ସ୍ଥାନୀୟ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ସର୍ବଧିକ ୫୭୧ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ବିଜୟମଣ୍ଡପ ସାହି ବାସିନ୍ଦା ପ୍ରତାପ ମହାପାତ୍ର ମାତା ସସ୍ମିତା  ମହାପାତ୍ରଙ୍କ କନ୍ୟା ପ୍ରଜ୍ଞା ଭବିଷ୍ୟତରେ ସିଭିଲ ସର୍ଭିସେସ  ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । ଆଜିର ସଫଳତାର ଶ୍ରେୟ ଶିକ୍ଷକ ଏବଂ ଅଭିଭାବକଙ୍କୁ ଦେଇଛନ୍ତି । ସେହିଭଳି ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ମାନମୟୀ ବେହେରା ୫୭୦ ନମ୍ବର ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମେଘନା ପ୍ରିୟଦର୍ଶନୀ ୫୬୯ ନମ୍ବର ରଖି ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ସୁନାମକୁ ଦ୍ୱିଗୁଣିତ କରିଛନ୍ତି । ସେମାନଙ୍କ ଏହି ସଫଳତା ପାଇଁ ବିଦ୍ୟାଲୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସନ୍ତୋଷ ବ୍ୟକ୍ତ କରିବା ସହିତ ସେମାନଙ୍କୁ ଶୁଭେଛା  ବାର୍ତା ଜଣାଇଛନ୍ତି । ଏଥି ସହିତ ଚଳିତବର୍ଷ ନୟାଗଡ଼ ଜିଲ୍ଲାରେ ପାଶ ହାର ୮୬.୬୩ ହୋଇଥିବା ବେଳେ ଓଡ଼ଗାଁର ପାସହାର ତାଠାରୁ ଅଧିକା ରହିଥିବା ଜଣାଯାଇଛି । ତେବେ ଅନେକ ଛାତ୍ରଛାତ୍ରୀ ଆଶାକରୁଥିବା ନମ୍ବର ପାଇନଥିବାରୁ ଖାତାଦେଖାର ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବଂ କରୋନାକୁ ଦୋଷ ଦେଇ ମନକୁ ବୁଝାଇଛନ୍ତି ଅଭିଭାବକମାନେ । ଅନ୍ୟପକ୍ଷେ ଜିଲ୍ଲା ପରୀକ୍ଷାରେ ଉତ୍ତୀର୍ଣ  ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୯ ଜଣ ଏ’୧ରେ ଗ୍ରେଡରେ  ପାସ କରିଥିବା ବେଳେ, ଏ’୨ରେ ୩୭୬, ବି’୧ରେ ୭୫୪, ବି’୨ରେ ୧ହଜାର ୧୯୬, ସି’ରେ ୧ ହଜାର ୬୧୭,  ଡି’ରେ ୨ ହଜାର ୫୪୮, ଇ’ରେ  ୪ ହଜାର ୨୮୫, ଏଫ’ରେ ୧ ହଜାର ୬୫୬ ଜଣ ଛାତ୍ରଛାତ୍ରୀ ରହିଥିବା ସୂଚନା ମିଳିଛି । ଜିଲ୍ଲାରେ ୫୯ ଜଣ ଏ୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଛାତ୍ରଛାତ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ହୋଇଥିବା ବେଳେ ୪୭ ଜଣ ଅନ୍ୟାନ୍ୟ ବିଦ୍ୟାଳୟରେ  ପାଠ ପଢ଼ୁଥିବା ଜଣାପଡ଼ିଛି । 

 

0
0
0
s2sdefault