ହେଡଲାଇନସ୍:

ଓଡ଼ଗାଁ ଥାନା ପ୍ରବେଶ ପଥରେ ଲାଗିଲା ବିଶୋଧନକାରୀ ଯନ୍ତ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶଥାନା ପ୍ରବେଶ ପଥରେ ଆଜି ବିଶୋଧନକାରୀ ଯନ୍ତ୍ର ଲାଗିଲା । ଓଡ଼ଗାଁ ଏନଏସି ଏବଂ ବ୍ଲକର ଅଂଚଳରୁ ଥାନାକୁ ଆସୁଥିବା ସାଧାରଣ ଲୋକ ଉକ୍ତ ଯନ୍ତ୍ରକୁ ଅତିକ୍ରମ କରି ଥାନା ମଧ୍ୟକୁ ପ୍ରବେଶ କରିବେ । ଏହାକୁ ଅତିକ୍ରମ କରିବା ବେଳେ ସେଠାରେ ବ୍ୟବହୃତ ହୋଇଥିବା ସ୍ପେ୍ରୟର ଯନ୍ତ୍ର ଦ୍ୱାରା ପ୍ରବେଶକାରୀ ବ୍ୟକ୍ତି ସମ୍ପୁର୍ଣ୍ଣ ବିଶୋଧିତ ହେବେ । ଫଳରେ କେତେକାଂଶରେ କରୋନା ସଂକ୍ରମଣକୁ ଏହାଦ୍ୱାରା ରୋକାଯାଇ ପାରିବ । ପ୍ରକାଶ ଥାଉକି ଥାନା ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଉଥିବା ବେଳେ ଏହି ଥାନାର ୭ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ । ସାଧାରଣ ଲୋକଙ୍କୁ ସେବା ଏବଂ ସୁରକ୍ଷା ଯୋଗାଇ ଦେବା ପୋଲିସର କାମ ହୋଇଥିବା ବେଳେ ବିଶୋଧନକାରୀ ଯନ୍ତ୍ର ଦ୍ୱାରା ଉଭୟ ଥାନା କର୍ମଚାରୀ ଏବଂ ଜନସାଧାରଣ ସୁରକ୍ଷିତ ରହିପାରିବେ ବୋଲି ଓଡ଼ଗାଁ ଥାନା ଆଇଆଇସି କହିଥିଲେ । 

0
0
0
s2sdefault