ହେଡଲାଇନସ୍:

ନୂଆ ୭୪ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୯୮୩ ରେ :   ଜିଲ୍ଲାପାଳ ଅନୁପମ ସାହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୪ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । 

ସେମାନଙ୍କ ମଧ୍ୟରୁ ଜିଲ୍ଲାର ଗୋଷାଣୀ ବ୍ଲକରୁ ଜଣେ , ଗୁମ୍ମା ବ୍ଳକରୁ ଜଣେ , ପାରଳାଖେମୁଣ୍ଡିରୁ  ୩୪ ଜଣ , ରାୟଗଡ ବ୍ଳକରୁ ୮ ଜଣ, ଆର. ଉଦୟଗିରି ବ୍ଳକରୁ ୮ ଜଣ,  କାଶୀନଗରରୁ ୩ ଜଣ, ନୂଆଗଡ ବ୍ଳକରୁ ୧୧ଜଣ ଓ ମୋହନା ବ୍ଳକରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 ପାରଳାଖେମୁଣ୍ଡି ସହରର ବଡ ବ୍ରାହ୍ମଣ ସାହି ,ନୂଆ କାମ୍ପ ସାହି , କରଣ ସାହି , ସେରୀ ସାହି , ଜଗନ୍ନାଥ ବିହାର , ସାମୁଟିଆ ସାହି , ଦାମୋଦର ବିହାର , ଯଶୋଦା ନଗର , ତୁଳସୀ ନଗର ,ଲକ୍ଷ୍ମୀ ନଗର , ଦୋଳଟେଙ୍କ୍ ରୋଡ୍ , ଗୁଲା ସାହି , କାମାକ୍ଷା ନଗର , ତେଲୁଗୁ ଶୁଣ୍ଡି ସାହି , ନୂଆ ପାରଳାଖେମୁଣ୍ଡି କଲୋନୀ , ହସ୍ପିଟାଲ ରୋଡ୍ , କାମ୍ପ ସାହି , ସେରୀ ଜାଗିଲି ସାହି।

 ସେହିପରି ଗୋଷାଣୀ ବ୍ଲକର ଜଙ୍ଗଲପାଡୁ ଗ୍ରାମ , ଗୁମ୍ମା ବ୍ଲକର ଗୁମ୍ମା ଗ୍ରାମ , ମୋହନା ବ୍ଲକର ଲିଲିଗଡ ଗ୍ରାମ , ରାୟଗଡ ବ୍ଲକର ରାୟଗଡ ଗ୍ରାମ , ନୂଆଗଡ ବ୍ଲକର ଅତରସିଂ , ଗୋଲି , ପି.ଅନ୍ତରଡା , ନୂଆଗଡ ଗ୍ରାମ , ଆର୍ . ଉଦୟଗିରି ବ୍ଲକର ଛେଳିଗଡ ଗ୍ରାମରୁ ଚିହ୍ନଟ ହୋଇଛନ୍ତି ।

 ଏହି ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରକୁ  ପଠାଇ ଦିଆଯାଇଛି ।ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଆଜିର ୭୪ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୯୮୩ ରେ ପହଞ୍ଚିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

 

0
0
0
s2sdefault