ହେଡଲାଇନସ୍:

 "ଏମ୍ଏସ୍ଏମ୍ଇ ଚଳଚଞ୍ଚଳ ହେଲେ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଋଣ ପ୍ରଦାନରେ ପଛୁଆ

  • କେତେକ ଘରୋଇ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ  ପ୍ରଦର୍ଶନ କରୁଛନ୍ତି ଟାଳଟୁଳ ନୀତି 

  • ଆବଶ୍ୟକ ସ୍ଥଳେ ୟୁନିଟ୍ ସ୍ଥଳକୁ ଗସ୍ତ କରି ଋଣ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର :  ରାଜ୍ୟରେ ସଂପ୍ରତି ଦେଖାଦେଇଥିବା କୋଭିଡ୍ ପରିପ୍ରେକ୍ଷୀରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆ କୁଶଳୀ ଓ ଅଣକୁଶଳୀ ଶ୍ରମଜୀବୀମାନଙ୍କୁ ଥଇଥାନ କରି ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏମ୍ଏସ୍ଏମ୍ଇକୁ ଚଳଚ ଞ୍ଚଳ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବାକୁ ସେ କହି ଥିଲୋ ଏ ଦିଗରେ ବ୍ୟାଙ୍କଗୁଡ଼ିକ ଆଗଭର ହେବା ସହ ଋଣ ପ୍ରଦାନକୁ ପ୍ରାଧାନ୍ୟ ଦେବାକୁ ସେ ଅନୁରୋଧ କରିଛନ୍ତି ଏମଏସଏମଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର  | ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଚଳଚଞ୍ଚଳ କରିବା ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ ଏକ ସ୍ୱତନ୍ତ୍ର ସମୀକ୍ଷା ଅନୁଷ୍ଠିତ ବୈଠକ ମନ୍ତ୍ରୀ କହିଥିଲେ ଯେ, ଏ କ୍ଷେତ୍ରକୁ ଯେତେ ଚଳଚଞ୍ଚଳ କରାଯିବ ସେତିକି ବେରୋଜଗାରୀ ଉପକୃତ ହୋଇପାରିବେ | 

ବୈଠକରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମର ସମୀକ୍ଷା କରି ରାଜ୍ୟର ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଋଣ ପ୍ରଦାନରେ ପଛୁଆ ଥିବା ଜଣାପଡ଼ି ଥିଲାା ସମଗ୍ର ରାଜ୍ୟରେ ୧,୧୮,୪୦୧ଟି ଏମ୍ଏସ୍ଏମ୍ଇ ମଧ୍ୟରୁ ୮୬,୬୨୩ଟିକୁ ଅର୍ଥ ମଞ୍ଜୁରୀ କରାଯାଇ ଥିବାବେଳେ ୨୭,୭୯୭ଟିୟୁନିଟକୁ  ଋଣ ପ୍ରଦାନ କରାଯାଇପାରିଛିା କେତେକ ଘରୋଇ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ସମୀକ୍ଷାରୁ ଜଣାପଡ଼ିବା ପରେ ଏ ଦିଗରେ ଫଳପ୍ରଦ ପଦକ୍ଷେପ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲାା ଋଣ ପ୍ରଦାନବେଳେ କେତେକ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ପାରୁନଥିବା ଏବଂ କେତେକ କ୍ଷେତ୍ରରେ ଋଣ ଗ୍ରହିତାମାନେ ବ୍ୟାଙ୍କକୁ ଆସୁନଥିବା ଯୋଗୁଁ ଋଣ ପ୍ରଦାନ ପଛେଇ ଥିବା ବ୍ୟାଙ୍କ ତରଫରୁ ଦର୍ଶାଯାଇଥିଲାା ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆବଶ୍ୟକ ସ୍ଥଳେ ୟୁନିଟ୍ ସ୍ଥଳକୁ ଗସ୍ତ କରି ଋଣ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲୋ ସେ ଏମ୍ଏସ୍ଏମ୍ଇ ଆସୋସିଏସନ୍, ବ୍ୟାଙ୍କ ଓ ବିଭାଗୀୟ ଅଧିକାରୀମାନଙ୍କୁ ଦେଇ ଏକ ଭର୍ଚୁଆଲ୍ ବୈଠକ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇ ଏହା ଫଳରେ ଅନେକ ସମସ୍ୟାର ଆଶୁ ସମାଧାନ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲୋ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥାଇ ଋଣ ପ୍ରଦାନ ଉପରେ ଏକ ପ୍ରଚାରପତ୍ର ମୁଦ୍ରଣ କରି ଲୋକଙ୍କ ଅବଗତି ନିମନ୍ତେ ବଣ୍ଟାଯିବା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲାା

ବୈଠକରେ ଏମ୍ଏସ୍ଏମ୍ଇ ନିର୍ଦ୍ଦେଶକ ଶ୍ରୀ ଜି. ରେଘୁ, ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ଶିଳ୍ପ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଏସ୍.କେ. ହୋତା, ଷ୍ଟେଟ୍ ବ୍ୟାଙ୍କର ଜିଏମ୍ ଶ୍ରୀ ସିଏଲ୍ଏନ୍ ଚାରିଉଲୁ,ୟୁକୋ ବ୍ୟାଙ୍କର ଜିଏମ୍ ଶ୍ରୀ ଲଲାଟେନ୍ଦୁ ବେହେରା, ଡିଜିଏମ୍, ଏସ୍ବିଆଇ ଶ୍ରୀ ମନମୋହନ ସ୍ୱାଇଁ ଓ ବିଭାଗୀୟ ଅଧିକାରୀବୃନ୍ଦ ଯୋଗଦେଇଥିଲୋ 

0
0
0
s2sdefault