ହେଡଲାଇନସ୍:

ସୁନାବେଶରେ ଝଲସିଲେ ତିନି ଠାକୁର , ଅପୂର୍ବ ଏ ବେଶ ରାଜ ରାଜେଶ୍ୱର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନାବେଶରେ ଝଲସିଲେ ତିନି ଠାକୁର , ଅପୂର୍ବ ଏ ବେଶ ରାଜ ରାଜେଶ୍ୱର |  ରାଜାରାଜେଶ୍ୱର ବେଶରେ ସଜେଇ ହୋଇ  କାଳିଆ ଠାକୁର, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା ଦିସିଥିଲେ ଦିବ୍ୟ   |

ନବଦିନ ଲୀଳା ଶେଷ କରି ଶ୍ରୀମନ୍ଦିର ଆଦରେ ରଥରେ ବିଜେ ହୋଇଥିବା କାଳିଆ ଠାକୁରଙ୍କର ଏ ମନଲୋଭା  ସୁନାବେଶ  | ଭକ୍ତଶୂନ୍ୟ ଶୃଙ୍ଖଳିତ ଶ୍ରୀଗୁଣ୍ଡିଚା ଓ ବାହୁଡା ନୀତି ପରି ଆଜି ପ୍ରଭୁଙ୍କ ଦିବ୍ୟ ସୁନାବେଶ ପାଇଁ ପ୍ରଶାସନ କରିଥିଲା  ସବୁପ୍ରକାର ବନ୍ଦୋବସ୍ଥ |

କୋଭିଡ ଆତଙ୍କ ପାଇଁ ସିଧା ବା ପ୍ରତ୍ୟକ୍ଷ ଦର୍ଶନ ନହେଲା ନାହିଁ , ଶ୍ରୀଜୀଉଙ୍କ ରାଜାରାଜେଶ୍ୱର ବେଶର ଘରେ ବସି ସୁଦୃଶ୍ୟ ଦର୍ଶନ ସିଧା ପ୍ରସାରଣ ମାଧ୍ୟମରେ  | ସବୁ ସମୟରେ ସେବାୟତଙ୍କ ଆଢୁଆଳରେ ଲୁଚିଯାଉଥିବା ମହାପ୍ରଭୁଙ୍କ ସମ୍ପୂର୍ଣ ଶ୍ରୀଅଙ୍ଗ ଷ୍ପଭା ଦର୍ଶନ   ଶୋଭା ଅତ୍ୟନ୍ତ ମନୋରମ। ଶ୍ରୀଜିଉଙ୍କୁ ଏ ବେଶରେ ଦେଖି ଅଗଣିତ ଭକ୍ତଙ୍କ ହୃଦୟ ହେଲା  ଉଲ୍ଲସିତ। ଏପରି ଶୃଙ୍ଖଳିତ ଆୟୋଜନ ତାଙ୍କ ଇଚ୍ଛା ବିନା ସମ୍ଭବ ହୋଇନଥାନ୍ତା। ସେ ଲୀଳାମୟ, ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ |

 

 

0
0
0
s2sdefault