ହେଡଲାଇନସ୍:

ଜନ୍ମବେଦୀରୁ ରତ୍ନବେଦୀ ମୁହାଁ  : ସିଂହଦୁଆରେ ଠିଆ ରଥରେ ବିଜେ ତିନି ଠାକୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ :- ଶେଷରେ ନବଦିନବ୍ୟାପି ଲୀଳା ସାରି ଫେରିଲେ ଲୀଳାମୟ | ସରିଲା ଭକତ ଶୂନ୍ୟ ଶୃଙ୍ଖଳିତ ରଥଯାତ୍ରା ର ପ୍ରମୁଖ ପର୍ଯ୍ୟାୟ | ଆଡ଼ପ ମଣ୍ଡପରେ ବିଜେ ହୋଇ ଥିଲେ ଜଗତକର୍ତ୍ତା ଜଗନ୍ନାଥ ସାଙ୍ଗରେ ଭାଇ ଭଉଣୀ ଙ୍କୁ ଧରି । ଆଜି ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ରୁ ବିଦାୟ ନେଇ ରଥାରୁଢ଼ ହୋଇ ଶ୍ରୀ ମନ୍ଦିରକୁ ଫେରିଛନ୍ତି । ଏହି କୋଭିଡ୍-୧୯ କଟକଣା ପାଳନ ସହ ଧାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ନିରାପତ୍ତା ଓ କଟକଣା ଭିତରେ ସେବାୟତମାନେ ସଅଳ ସଅଳ  ତିନି ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରୁ ଟାଣି ଆଣିଛନ୍ତି ସିଂହଦ୍ୱାର ସମ୍ମୁଖକୁ | ବଡ଼ଦାଣ୍ଡରେ ସିନା କାଳିଆର ରଥ ଟାଣିପାରିଲେ ନାହିଁ , ହେଲେ  ବିନା ଭକ୍ତରେ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ଦେଖିଥିବା କୋଟି କୋଟି ଜଗନ୍ନାଥପ୍ରେମୀ ଆଜି ବି ବାହୁଡ଼ା ଯାତ୍ରାର ବି ଅନୁରୂପ ଦିବ୍ୟ ଅନୁଭବ ପ୍ରାପ୍ତି କରିଛନ୍ତି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କ ଯାତ୍ରାର ସିଧା ପ୍ରସାରଣ ଦେଖି  | ଆଉ ଟିକେ ରାଜରାଜେଶ୍ୱର ବେଶରେ ଭକ୍ତଂକୁ ଦର୍ଶନ ଦେଇ ଅଧରପଣା ନୀତି ସାରି ବାହୁଡ଼ିଯିବେ ରତ୍ନ ବେଦୀକୁ | 

 ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଭୋର୍ ରୁ ମଙ୍ଗଳ ଆଳତି କରାଯାଇଥିଲା । ପରେ ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଅର୍ଥାତ ଖେଚୁଡ଼ି ଭୋ ହୋଇଥିଲା ।ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ କରାଯାଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବାକୁ ସମୟ ନିର୍ଘଣ୍ଟ ହୋଇଥିଲେ ହେଁ ୭.୨୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ ଙ୍କୁ ରଥ ଉପରକୁ ବିଜେ କରାଯାଇଥିଲା ପରେ ଶ୍ରୀ ବଳଭଦ୍ର ଙ୍କୁ ତାଳଧ୍ଵଜ ରଥ କୁ ଓ ଦେବୀ ସୁଭଦ୍ରା ଙ୍କୁ ଦେବଦୋଳନ ରଥ କୁ ଶେଷରେ ମହାପ୍ରଭୁ କାଳିଆ ଠାକରଙ୍କୁ ନନ୍ଦିଘୋଷ ରଥ ଉପର କୁ ପହଣ୍ଡି କରାଯାଇଥିଲା ।

ରଥା ରୁଢ଼ ତିନି ଠାକୁର ଙ୍କ ରଥକୁ ୧୦.୩୫ ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ । ପରେ ରଥଟଣା ଆରମ୍ଭ ହୋଇଥିଲା ସୀମିତ ସେବାୟତ ନୀତି ନିୟମ ଓ ନିର୍ଦ୍ଧିଷ୍ଟ କଟକଣା କୁ ପାଳନ କରି ରଥ ଟଣା ସୁରୁଖୁରୁ ରେ ସମାପ୍ତ କରାଯାଇଛି । ବାହୁଡ଼ା ଯାତ୍ରା ଶୃଙ୍ଖଳା ର ସହକାରେ ସମ୍ପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି । ସୂଚନାନୁସାରେ ଜିଲ୍ଲାପାଳ ଆଜି ପୁରୀ ସହର କୁ ସମ୍ପୁର୍ଣ୍ଣ ସଟ ଡାଉନ ଘୋଷଣା କରିଥିଲେ ଏହାକୁ ସମସ୍ତ ଭକ୍ତ ପାଳନ କରିଛନ୍ତି । 

ପୁରୀବାସୀଙ୍କ ସହଯୋଗ , ପ୍ରଶାସନର ସାହାଯ୍ୟ  ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଶୃଙ୍ଖଳାର ସହ ନୀତିକାନ୍ତି ସମ୍ପନ୍ନ କରିଥିବା ଯୋଗୁ କୃତଜ୍ଞତା ଜଣାଇଛନ୍ତି  ଡ଼ କୁମାର | ପୁରୀର ବାସିନ୍ଦାମାନେ ଯେଉଁଭଳି ଅଭୂତପୂର୍ବ ଶୃଙ୍ଖଳା ରଖିଛନ୍ତି ସେଥିପାଇଁ ସେମାନଙ୍କୁ ବି  ଧନ୍ୟବାଦ | ରଥଯାତ୍ରାରେ ସହଯୋଗ କରିଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଅର୍ବପରି ଅଗଣିତ ଶ୍ରଦ୍ଧାଳୁଙ୍କ ପାଖରେ ପ୍ରଭୁଙ୍କ ରଥଯାତ୍ରା ପହଂଚାଇବା ଓ ଲୋକଙ୍କୁ ସଚେତନ କରିବାରେ ସହଯୋଗ  କରିଥିବା  ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ | ଆସନ୍ତାକାଲି  ପ୍ରଭୁଙ୍କ ସୁନା ବେଶ | ଅପରାହ୍ନ ୪ ତା ୩୦ରୁ ଅଢେଇ ତିନି ଘଣ୍ଟା ପାଇଁ ପ୍ରଭୁଙ୍କ ଲାଇଭ ହେବ ଓ ଅଗଣିତ ଶ୍ରଦ୍ଧାଳୁ  ପ୍ରଭୁଙ୍କ ଦିବ୍ୟଦର୍ଶନ ଲାଭ କରିପାରିବେ ବୋଲି କହିଛନ୍ତି ଡ଼ କୁମାର | 

0
0
0
s2sdefault