ହେଡଲାଇନସ୍:

୫୨୦ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୮ ଆହତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡ଼ା (ଶାସକ ପ୍ରଶାସକ)  ୫୨୦ ନଂ ଜାତୀୟ ରାଜପଥ ମୃତ୍ୟୁଯନ୍ତା ପାଲଟିଛି।  ବୁଧବାର ପୂର୍ବାହ୍ନରେ ନାରଦପୁରଠାରେ  ଏକ ଇନୋଭା ଗାଡି ସହିତ ଏକ ୧୪ ଚକିଆ ହାଇୱା ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ପେନୁ ମହାକୁଡଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡିରେ ବସିଥିବା ଅନ୍ୟ ୮ଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ପ୍ରଥମେ ଯୋଡାସ୍ଥିତ ଟାଟା କମ୍ପାନୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ  ଗୋଟିଏ ହେଲିକ୍ୟାପ୍ଟର ଓ ଗୋଟିଏ ଉଡାଜାହାଜରେ ଭଦ୍ରାସାହୀସ୍ଥିତ ଟଣ୍ଟୋ ବିମାନ ବନ୍ଦରରୁ ଚିକିତ୍ସା ନିମନ୍ତେ  ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଡ୍ରାଇଭରଟିକୁ ଇନୋଭା ଭିତରୁ ବାହାରକରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା। ଡ୍ରାଇଭର ପେନୁର ଘଟଣା ସ୍ଥଳରେ ମୃତ୍ୟୁ  ଘଟିଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ମୃତ ଡ୍ରାଇଭରର ଘର ଯୋଡାରେ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି।

0
0
0
s2sdefault