ହେଡଲାଇନସ୍:

ଆଗ ଧାଡ଼ିର କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଆଜିର ଦିନଟି ଡାକ୍ତର ଦିବସ ରୂପେ ପାଳନ କରାଯାଉଛି । ବର୍ତ୍ତମାନ ସାରା ବିଶ୍ୱ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ଏହି ସମୟରେ ଡାକ୍ତର ଦିବସର ମହତ୍ଵ ନିଶ୍ଚିତ ଭାବରେ ବଢି ଯାଇଛି । କାରଣ ଏହି ବିଶ୍ୱ ମହାମାରୀ ସମୟରେ ଆମର ଡାକ୍ତର ବନ୍ଧୁ ମାନେ ଯେଉଁ ଭାବରେ ରୋଗୀଙ୍କର ସେବା କରୁଛନ୍ତି ତାହା ସମସ୍ତେ ନିଶ୍ଚିତ ଭାବରେ ହୃଦୟଙ୍ଗମ କରି ପାରୁଛନ୍ତି । ସେଥିପାଇଁ ଡାକ୍ତର ବନ୍ଧୁମାନେ ଆଗଧାଡ଼ିର କୋରୋନା ଯୋଦ୍ଧା ।

   ଆଜି ଡାକ୍ତର ଦିବସ ଉପଲକ୍ଷେ ପାଇକମାଲ ଧର୍ମଶାଳା ରେ ପାଇକମାଲ ନାଗରିକ କମିଟି ଓ ପାଇକମାଲ ବଣିକ ସଂଘ ଦ୍ୱାରା ଆୟୋଜିତ ଏକ ନିରାଡ଼ମ୍ବର ସଭାରେ କାର୍ଯରତ ଡାକ୍ତର ବନ୍ଧୁ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଆଜି ସମ୍ମାନିତ ହୋଇଥିବା ଡାକ୍ତର ମାନଙ୍କର ମଧ୍ୟରେ କୋରୋନା କୁ ପରାସ୍ତ କରିଥିବା ଡାକ୍ତର ବୁଲୁ ବାରିକ , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ର ଡାକ୍ତର କାମିନୀ କର , ଡାକ୍ତର ଜଗନ୍ନାଥ ନାଇଡୁ , ଡାକ୍ତର ଶ୍ରୀଧର ପ୍ରଧାନ ଓ ପାଇକମାଲ ଅଂଚଳରେ କୋବିଡ଼ 19 ପାଇଁ କାର୍ଯ୍ୟରତ  ଡାକ୍ତର ରାଜୀବ ପଟ୍ଟନାୟକ ,ପ୍ରମୁଖ ଥିଲେ । ଏହା ସହିତ ଏହି ଘଡିସନ୍ଧି ମୁହୂର୍ତ୍ତରେ ବରାବର ଲୋକଙ୍କୁ ସଚେତନ କରାଉଥିବା ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବଡ ସଥପଥୀ , ଶ୍ରୀ ସୁରଥ ସାହୁ ଶ୍ରୀ ଗୋୖରାଙ୍ଗ ଚରଣ ଦାସ ଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ ତ୍ରିବେଦୀ , ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା , ବରିଷ୍ଠ ସଭ୍ୟ ଶ୍ରୀ ବିନୋଦ କାଳିଆ , ଶ୍ରୀ ଦିଲୀପ ଅଗ୍ରୱାଲ , ଶରତ ବଡ଼ପଣ୍ଡା , ବଣିକ ସଙ୍ଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ସମ୍ପାଦକ ଶ୍ରୀ ସୁବ୍ରତ ସାହୁ , ଯୁବ ବ୍ୟବସାୟୀ ସୁମିତ ଅଗ୍ରୱାଲ , ଡାକ୍ତର  କମଲେଶ ଅଗ୍ରୱାଲ , ମୁଜାଫର ହୁସେନ , ଆକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କର ଦ୍ୱାରା ନିର୍ଧାରିତ ସମସ୍ତ ନିୟମକୁ ପାଳନ କରାଯାଇ ଏହି କାର୍ଯକ୍ରମର ଆୟୋଜନ ନିରାଡ଼ମ୍ବର ଭାବରେ କରାଯାଇଥିଲା ।

0
0
0
s2sdefault