ହେଡଲାଇନସ୍:

 ଦୁଷ୍କର୍ମ ଅଭିଯୁକ୍ତ ଆଇଆଇସି ଜଙ୍ଗଲ ଭିତରୁ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) : ବୀରମିତ୍ରପୁର ଥାନାର ବହିଷ୍କୃତ ଦୁଷ୍କର୍ମ ଅଭିଯୁକ୍ତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ | ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଶ୍ରୀ ମାଝୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆନନ୍ଦଙ୍କ ଗିରଫ ନେଇ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର ଅଭିଯୁକ୍ତ ଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଚାକିରୀରୁ ବିଦା କରାଯାଇଥିଲା । ଆଜି ସକାଳେ ପୋଲିସ ଡିଜି ଅଭୟ ତାଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ । ବହିଷ୍କାର ନେଇ ପୋଲିସ ଡିଜି ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ । ପୀଡିତ ନାବାଳିକା ନିକଟରେ ଦୁଃଖ ପ୍ରକାଶ କରିଥିଲେ |  ତାଙ୍କର ଏଭଳି ଆଚରଣ ଲଜ୍ଜାଜନକ ବୋଲି ଡିଜି ମଧ୍ୟ କହିଥିଲେ । ଘଟଣାରେ ତଦନ୍ତ ପାଇଁ ମଙ୍ଗଳବାର ଦିନ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବହିଷ୍କୃତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ସେବେଠୁ ଘଟଣାରେ ଫେରାର ଥିଲେ । ଶେଷରେ ଆଜି ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । 

0
0
0
s2sdefault