ହେଡଲାଇନସ୍:

ସଙ୍ଗରୋଧରୁ ମୁକ୍ତ ପ୍ରବାସୀଙ୍କ ଠାରେ କରୋନା ପଜେଟିଭ ସାଜିଛି ମୁଣ୍ଡ ବିନ୍ଧା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମଣ୍ଡ ସରପଂଚ ପଂଚାୟତକୁ  କଲେ ୭୨ ଘଣ୍ଟିଆ ସଟଡାଉନ 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବା ବେଳେ ସଙ୍ଗରୋଧରୁ ମୁକ୍ତ ପ୍ରବାସୀଙ୍କ ଠାରେ ପଜେଟିଭ ଚିହ୍ନଟ ହେଉଥିବା ଅଂଚଳ ପାଇଁ ମୁଣ୍ଡବିନ୍ଧା ସାଜିଛି । ରଙ୍ଗଣିପାଟଣା ଗ୍ରାମ ପଂଚାୟତ ଗୋଡିପଲ୍ଲୀ ସଙ୍ଗରୋଧ ଗୃହରୁ ଅବଧି ସାରି ୫ଦିନ ତଳେ କୋମଣ୍ଡ ଗ୍ରାମପଂଚାୟତ ମଶାଣୀ ସାହିର ୨ଜଣ ନିଜ ଘରକୁ ଫେରିଥିବା ପ୍ରବାସୀଙ୍କ ଠାରେ ପଜେଟିଭ ଚିହ୍ନଟ ହେବା ପରେ ଅଂଚଳରେ ଭୟର ବାତାବାରଣ ଦେଖାଦେଇଛି । ଏପରିକି ସେମାନେ ଘରକୁ ଯିବାପରେ ଗୃହ ସଙ୍ଗରୋଧରେ ନରହି ଗାଁର ମାର୍କେଟ, ସେଲୁନ ଆଦି ସମସ୍ତ ସ୍ଥାନକୁ ଯାଇଛନ୍ତି । ଫଳରେ ଗୋଷ୍ଠୀ ସଂକ୍ରମଣକୁ ଆଶଂକାକୁ ରୋକିବା ପାଇଁ କୋମଣ୍ଡ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉଦୟପୁର, ପଥରା, ନୋତରପଲ୍ଲୀ, ନବରନରପୁରୁ ଏବଂ କୋମଣ୍ଡ ପଂଚାୟତର ସମସ୍ତ ସାହିକୁ ତା.୧୨ .୬.୨୦୨୦ରିଖ ଶୁକ୍ରବାର ଦିନ ୧୧ଟା ଠାରୁ ତା.୧୫.୬.୨୦୨୦ରିଖ ସୋମବାର ପର୍ଯ୍ୟନ୍ତ ଅଂଚଲକୁ ସଟଡାଉନ ଘୋଷଣା କରିଛନ୍ତି । ଘଟଣା କ୍ରମରେ କରୋନା ତାର କାୟା ବୃଦ୍ଧି କରି ଓଡ଼ଗାଁ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଂଚାଇ ସାରିଛି । ପ୍ରଶାସନିକ ନୀତିନିୟମର ପ୍ରତିବନ୍ଧକ ହେଉକି କିମ୍ବା ପ୍ରବାସୀଙ୍କ ଜିଦରେ ସେମାନଙ୍କୁ ଅବଧି ପୁର୍ଣ୍ଣ ହେବାପରେ ଘରକୁ ଛାଡିଦିଆଯାଉଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଅନେକଙ୍କର ସ୍ୱାବହିଁ ସଂଗ୍ରହ ହୋଇନଥାଏ । ହେଲେ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା କେତେକ ପ୍ରବାସୀଙ୍କର ରିପୋର୍ଟ ପହଁଚିବା ପୁର୍ବରୁ ସେମାନଙ୍କୁ ଛାଡିଦିଆଯିବାର ୨/୪ଦିନ ପରେ ରିପୋର୍ଟରେ ପଜେଟିଭ ଆସିଥାଏ । ଫଳରେ ସଙ୍ଗରୋଧରୁ ମୁକ୍ତ ପ୍ରବାସୀ ବହୁଦିନ ପରେ ଘରକୁ ଫେରିଥିବାରୁ କୈାଣସି ପ୍ରତିବନ୍ଧକ ରଖିନପାରି ପରିବାର ଠାରୁ ଆରମ୍ଭ କରି ସମସ୍ତଙ୍କ ସହିତ ମଶିଥାଏ । ଏପରିକି ଚୁଟି କାଟିବା ଠାରୁ ସମସ୍ତଙ୍କ ସହିତ ମିଶି ସର୍ବସାଧାରଣ ପୋଖରିରେ ଗାଧୋଇବା ପର୍ଯ୍ୟନ୍ତ କାର୍ଯ୍ୟ ସାରିଥାଏ । ଏଭଳି ଘଟଣା ଘଟିଚାଲିଥିଲା ବେଳେ ପ୍ରଶାସନ ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଲେ ଅପ୍ରିତିକର ପରିସ୍ଥିତିରୁ ମୁକ୍ତି ମିଳି ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।   

0
0
0
s2sdefault