ହେଡଲାଇନସ୍:

କୋଭିଡର ଆଉ ଏକ ଲମ୍ବା ଡିଆଁ : ଗୋଟେ ଦିନରେ ୧୦,୦୦୦ ଆକ୍ରାନ୍ତ , ୩୫୭ଙ୍କ ମୃତ୍ୟୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି ) : କୋଭିଡର ଆଉ ଏକ ଲମ୍ବା ଡିଆଁ ମାରିଛି ଦେଶରେ | ଆଜି ତାରିଖରେ ଉଦବେଗଜନକ ସ୍ଥିତିରେ ରହିଛି ୪ ପର୍ଯ୍ୟାୟ ଲକ ଡାଉନ ଓ ବର୍ତ୍ତମାନର ଅନ ଲକ ଘୋଷଣା ସତ୍ତ୍ୱେ | ମହାରାଷ୍ଟ୍ର  ଭଳି ଗୁଜୁରାଟ ଓ ଦିଲ୍ଲୀରେ ଅବସ୍ଥା ବି ସଂଗୀନ ହେବାକୁ ବସିଛି | ଲଗାତାର ଭାବେ ଦଶମ ଦିନରେ ପ୍ରାୟ ୧୦୦୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ  ଗୋଟେ ଦିନରେ ୩୫୭ଙ୍କ ମୃତ୍ୟୁ ଘଟିଛି ଏହି ଭୁତାଣୁରେ ଆକ୍ରାନ୍ତ ହୋଇ |  ଗତ ୨୪ ଘଣ୍ଟା ଭିତରେ ଦେଶରେ ଆକ୍ରାନ୍ତ ହୋଇଛନ୍ତି ୯୯୯୬ ଜଣ |  କରୋନାରେ ଏଯାଏ  ମୃତ୍ୟୁ ସଂଖ୍ୟା  ୮,୧୦୨ ପହଂଚିଛି |  ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ ପାଖାପାଖି ୯୦୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମାତ୍ର ଗତ ୧୦ ଦିନ ମଧ୍ୟରେ | ଆଉ ଏହାର ପରିଣାମ ସ୍ୱରୂପ ଭାରତ ବିଶ୍ୱ କୋଭିଡ ସାରଣୀରେ ଚତୁର୍ଥ ସ୍ଥାନରେ ରହିଛି ମୋଟ ୨, ୮୬, ୫୭୯ ଆକ୍ରାନ୍ତଙ୍କ ସହ | ଏଯାବତ ୧,୪୧,୦୨୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେଣି | 

ଭାରତର ପ୍ରଥମ କୋଭିଡ କେଶ ଜାନୁଆରୀ ୩୦ ତାରିଖରେ ଚିହ୍ନଟ ହୋଇଥିଲା | ତିନିମାସରୁ ଉର୍ଧ୍ଵ ସମୟ ଅର୍ଥାତ ୧୦୦ ଦିନ ପରେ  ମେ ୧୮ ତାରିଖରେ ପ୍ରଥମ ଏକ ଲକ୍ଷ ଛୁଇଁଥିଲା |  ଆଉ ତା ପର ଏକ ଲକ୍ଷ ରୋଗୀ ଚିହ୍ନଟ ହୋଇଥିଲେ ବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚିଥିଲା  ମାତ୍ର ୧୫ ଦିନରେ | ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଏଇ ସପ୍ତାହ ଶେଷ ବେଳେକୁ ଅତିକ୍ରମ କରିଯାଇଥିବ | 

0
0
0
s2sdefault