ହେଡଲାଇନସ୍:

ଟ୍ରାକ୍ଟର ଧକାରେ ବାଇକ ଚାଳକ ଗୁରୁତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,କୁରାଳ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗୋଡିପଲ୍ଲୀ ରାସ୍ତା ଠାରେ ଗୋଟିଏ ଟ୍ରାକ୍ଟର ଧକାରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଖଙ୍ଗାର ପଲ୍ଲୀର ଜଗନ୍ନାଥ ନାୟକ(୬୮) କୈାଣସି କାର୍ଯ୍ୟରେ ଓ ଆର ୨୫ ଏ ୮୩୨୬ ବାଇକ ଯୋଗେ ଓଡ଼ଗାଁ ଅଭିମୁଖେ ଆସୁଥିବା ବେଳେ କୁରାଳ-ଗୋଡିପଲ୍ଲୀ ରାସ୍ତାରେ ଆସି ସଂଯୋଗ ହୋଇଥିବା ଭୁବନେଶ୍ୱର-ଭଞ୍ଜନଗର ରାସ୍ତାରେ ପହଚିଂବା ସମୟରେ ଭଞ୍ଜନଗର ପଟରୁ ଦ୍ରୁତ ଗତିରେ ଓ୨ ୨୫ ଏଫ ୨୨୦୧ ନମ୍ବର ବିଶିଷ୍ଟ ଏକ ମାଙ୍କଡା ବୋଝେଇ ଟ୍ରାକ୍ଟର ତାଙ୍କ ଗାଡିକୁ ପଛରୁ ଧକା ଦେଇ ରାସ୍ତା ଉପରେ କିଛିବାଟ ଘୋଷାଡି ଆଣିଥିଲା । ମାତ୍ର ଟ୍ରାକ୍ଟର ଚକାଟି ବାଇକିର ପଛପାଖକୁ ମାଡିଥିବାରୁ ଚାଳକ ଜଗନ୍ନାଥ ସୋଭାଗ୍ୟବଶତଃ  ଗୁରୁତର ଅବସ୍ଥାରେ ବଂଚି ଯାଇଥିଲେ । ତାଙ୍କର ମୁଣ୍ଡରେ ଗଭିର କ୍ଷତ ହୋଇଥିବାରୁ ପ୍ରଥମେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ଚିକିତ୍ସା  କରାଯିବା ପରେ ନୟାଗଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସୂଚନା ଥାଉକି କୋମଣ୍ଡ ଅଂଚଳରୁ ଚୋରାରେ ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ହେଉଥିବାରୁ ପ୍ରଶାସନ ହାବୁଡରେ ପଡିବା ଭୟରେ ଗାଡି ଗୁଡିକ ସର୍ବଦା ଦ୍ରୁତ ଗତିରେ ଆସୁଥିବାରୁ ଏଭଳି ଅନେକ ଦୁର୍ଘଟଣା ଘଟିଚାଲିଛି ।    

 

0
0
0
s2sdefault