ହେଡଲାଇନସ୍:

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ତ୍ରିଶଙ୍କୁ ଅବସ୍ଥାରେ ଏଏନଏମ ସେଣ୍ଟର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା , ଖତ ଖାଉଛି ଏ ଏନ ଏମ ସେଣ୍ଟର 

ବରଗଡ :- ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟେକ ଗ୍ରାମକୁ ପହଞ୍ଚାଇବା ପାଇଁ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି । ସରକାର ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ଯୋଜନା କରି ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ କିଛି ଅଧିକାରୀ ମାନଙ୍କର ଦାୟିତ୍ବହୀନତା  ଯୋଗୁ ସରକାରଙ୍କର ଅର୍ଥ ବର୍ବାଦ ହେବା ସହିତ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଂଚିପାରୁନାହିଁ  । ଆମେ ଏପରି ଏକ ନଜିର ଦେବୁ ବାଡିକଣ୍ଟା ଠାରେ ଏକ ଏଏନଏମ ସେଣ୍ଟରର ନିର୍ମାଣ କାର୍ଯ୍ୟ ସମ୍ପର୍କରେ | ଠିକାଦାର ଆଉ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏହି ଏଏନଏମ ସେଣ୍ଟରର ତ୍ରିଶଙ୍କୁ ଅବସ୍ଥାରେ ରହିଛି | ନିମ୍ନମାନର କାମ ଓ ଖଣ୍ଡିଆ କାମ ପାଇଁ ସ୍ୱାସ୍ଥ୍ୟ ବିଭାଗ ସେ ଏଏନଏମ ସେଣ୍ଟର ହାତକୁ ନେଇ ନଥିବା ବେଳେ କାର୍ଯ୍ୟ ଦାୟିତ୍ୱରେ ଥିବା ଯନ୍ତ୍ରୀ ଲାହିରେ ତେଲ ଦେଇ ବସିଯାଇଛନ୍ତି |

ହାରାହାରି ପାଞ୍ଚ ବର୍ଷ ତଳେ ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ବାଡିକଣ୍ଟା ଠାରେ ଏକ ଏଏନଏମ ସେଣ୍ଟରର ନିର୍ମାଣ କାର୍ଯ୍ୟ  ଆରମ୍ଭ ହେଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ସେଣ୍ଟରର ନିର୍ମାଣ କାର୍ଯ୍ୟ ସରିଲେ ଲୋକେ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଲୋକଙ୍କର ଧାରଣା ଥିଲା ହେଲେ ଆଜକୁ ପାଞ୍ଚ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତମାନ ନିର୍ମାଣଧୀନ କୋଠାଟିର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି । ନିର୍ମାଣଧୀନ କୋଠାର ବିଭିନ୍ନ ସ୍ଥାନରେ କ୍ରେକ ଦେଖା ଦେବା ସହିତ ଟାଙ୍କି ଗୁଡାକ ଭାଙ୍ଗି ଗଲାଣି । ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେଇ ପାରି ନାହିଁ |

ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ବିଲଡିଂର ହେଣ୍ଡଓଭର ନେବା ପାଇଁ କହିଥିଲେ | ହେଲେ ବିଲଡିଂ ରେ ହେଇଥିବା ଅତ୍ୟଧିକ ନିମ୍ନ ମାନର କାର୍ଯ୍ୟ ଯୋଗୁ ଓ ଛାତ ରୁ ପାଣି ଗଲୁଥିବା କାରଣରୁ ହେଣ୍ଡଓଭର ନେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମନା କରି ଦେଇଥିଲେ । ଏହି ବାବଦରେ ଜାଣିବା ପାଇଁ ଆମେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ପାଇକମାଲ ସେକ୍ସନ-୨ ର ଜେଇ ଶ୍ରୀ ଲଡୁ କିଶୋର ବେହେରାଙ୍କୁ ଫୋନ କରିଥିଲୁ । ପ୍ରଥମେ ଶ୍ରୀ ବେହେରା ଆମକୁ କହିଥିଲେ ଯେ ସନ୍ଧ୍ୟା ସମୟରେ ଆମକୁ ବିସ୍ତୃତ ଭାବରେ ଜଣାଇବେ |  କିନ୍ତୁ ସନ୍ଧ୍ୟା ରେ ପୁଣି ଫୋନ କଲାପରେ ଶ୍ରୀ ବେହେରା ଏହି ବିଲଡିଂ ବାବଦରେ କିଛି ଜାଣି ନାହାନ୍ତି ବୋଲି ଉତ୍ତର ଦେଇ ନିଜର କର୍ତବ୍ୟ ଓ ଦାଇତ୍ଵ କୁ ସାରିଦେଇଥିଲେ । 

     ଦୀର୍ଘ 5 ବର୍ଷ ଧରି ନିର୍ମାଣ ଚାଲିଥିବା ଓ ବର୍ତ୍ତମାନ ଜର୍ଜର ଅବସ୍ଥାରେ ଥିବା ଏହି ବିଲଡିଂର ଟିକନିଖ  ଯାଞ୍ଚ ହେବା ଦରକାର । ଯାଞ୍ଚ ପରେ ଦୋଷୀ ମାନଙ୍କର ବିରୋଧରେ ଦୃଢ଼ କାର୍ଯନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।

0
0
0
s2sdefault