ହେଡଲାଇନସ୍:

ଦାବି ଅନୁସାରେ ରାଜ୍ୟଗୁଡ଼ିକୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଣ ସୁବିଧା ଜାରି ରଖିବ ଭାରତୀୟ ରେଳବାଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

• ଅନୁରୋଧର ୨୪ ଘଂଟା ମଧ୍ୟରେ ଆବଶ୍ୟକ ସଂଖ୍ୟକ ଟ୍ରେନ ଚଳାଚଳ ପାଇଁ ରେଳ ବୋର୍ଡ ଅଧ୍ୟକ୍ଷଙ୍କ ଦୃଢ଼ ପ୍ରତିଶ୍ରୁତି

• ବର୍ତମାନସୁଦ୍ଧା ୪୩୪୭ ଶ୍ରମିକ ସ୍ପେଶାଲ ଟ୍ରେନରେ ଗନ୍ତବ୍ୟରେ ପହଁଚିଛନ୍ତି ପ୍ରାୟ ୬୦ ଲକ୍ଷ ଯାତ୍ରୀ 

ରାଜ୍ୟଗୁଡ଼ିକର ଅନୁରୋଧକ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଆରାମଦାୟକ ଓ ସୁରକ୍ଷିତ ଯାତାୟାତ ସୁବିଧା ପ୍ରଦାନ ଜାରି ରଖିଛି ଭାରତୀୟ ରେଳବାଇ । ଏହି ସେବା ଆଗକୁ ମଧ୍ୟ ଜାରି ରଖିବା ଲାଗି ରେଳବାଇ ପ୍ରତିଶ୍ରୁତିବଦ୍ଧ ।ବର୍ତମାନସୁଦ୍ଧା ପାଖାପାଖି ୬୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଁଚାଇବା ନିମନ୍ତେ ୪୩୪୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଯାଇଛି । ମେ ପହିଲା ୨୦୨୦ ପରଠାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଜାରି ରହିଛି ।

ଭାରତୀୟ ରେଳବାଇ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଠାରୁ ଅନୁରୋଧ ମିଳିବାର ୨୪ ଘଂଟା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ଉପଲବ୍ଧ କରାଯିବ । ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକତା ଏବଂ ଫସି ରହିଥିବା ଲୋକମାନଙ୍କୁ ଟ୍ରେନ ମାଧ୍ୟମରେ ଯାତାୟାତ ସୁବିଧା ପ୍ରଦାନ କରିବା ଲାଗି ପ୍ରସ୍ତାବିତ ଅନୁରୋଧର ରୂପରେଖ ଭଲ ଭାବେ ପ୍ରସ୍ତୁତ ଓ ନିର୍ଦ୍ଧାରଣ କରିବା ଲାଗି ରାଜ୍ୟଗୁଡ଼ିକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ  ଅନୁରୋଧ କରାଯାଇଛି ।

ରେଳ ବୋର୍ଡ ଅଧ୍ୟକ୍ଷ ଏହି ପ୍ରସଙ୍ଗରେ ୨୯ ମେ ଏବଂ ୩ ଜୁନରେ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛନ୍ତି । ଅନୁରୋଧ ପ୍ରାପ୍ତ ହେବାର ୨୪ ଘଂଟା ମଧ୍ୟରେ ରେଳବାଇ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଶ୍ରମିକ ସ୍ପେଶାଲ ଟ୍ରେନ ଉପଲବ୍ଧ କରାଯିବ ବୋଳି ଏଥିରେ ସେ ଉଲ୍ଲେଖ କରିଛନ୍ତି । ଆଜି ମଧ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଲେଖାଯାଇଥିବା ପତ୍ରରେ ମଧ୍ୟ ଏ ବିଷୟରେ ଉଲ୍ଲେଖ କରାଯାଇଛି । ଭାରତୀୟ ରେଳ ଭବିଷ୍ୟତରେ ଆବଶ୍ୟକତା ପଡ଼ିଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଆଶ୍ୱାସନା ଦେଇଛି । ଇଚ୍ଛୁକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ନେବା ନିମନ୍ତେ ୨୮ ମେ, ୨୦୨୦ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ଭାରତୀୟ ରେଳବାଇ ଏହି ଆଦେଶକୁ ଅନୁପାଳନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ।

0
0
0
s2sdefault