ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ କହୁଛନ୍ତି ଜୁନ ମାସ  ଗୁରୁତ୍ୱପୂର୍ଣ, ବିପିୟୁଟି କେମିତି କରିବ ପରୀକ୍ଷା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିପିୟୁଟି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ !!

  • ଅପରିଣାମଦର୍ଶୀ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କଲା ଓଡିଶା ବିପିୟୁଟି ଛାତ୍ରସଙ୍ଘ

  • ପରୀକ୍ଷା ମାସେ ଘୁଞ୍ଚାଇବା ସହ ନିଜ କଲେଜରେ ପରୀକ୍ଷା ଦାବି

  • ନଚେତ ଛାତ୍ରଛାତ୍ରୀ କରିବେ ସମୂହ ପରୀକ୍ଷା ବର୍ଜ୍ଜନ, ଉଚିତ ଜବାବ ଦେବ ଛାତ୍ରସଂଘ 

ଭୁବନେଶ୍ୱର (ଶାସକ ପ୍ରଶାସକ): ବିପିୟୁଟିର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ରେଗୁଲାର ଓ ବ୍ୟାକ ପେପର ପରୀକ୍ଷା ପାଇଁ ଗତ ୨ ଦିନ ତଳେ ବିପିୟୁଟି ସୂଚନା ପ୍ରଦାନ କରିଛି | ମହାମାରୀ କରୋନା ପାଇଁ ପରୀକ୍ଷା ସ୍ଥଗିତ ଥିଲା | ପରୀକ୍ଷା ମାର୍ଚ୍ଚ 25 ରେ ହେବ  ବୋଲି ଆଗରୁ ସୂଚନା ପ୍ରକାଶ ପାଇଥିଲା | ହଠାତ  ପରୀକ୍ଷା ପାଇଁ ବିପିୟୁଟି ସୂଚନା ଦେଇଛି ଓ ପରୀକ୍ଷା ଜୁନ ଶେଷ ସପ୍ତାହରେ ଆରମ୍ଭ ହୋଇ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ସରିବ ଓ ଜୁଲାଇ 15ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ |  ପିଲା ନିଜ ଜିଲ୍ଲାରେ ପରୀକ୍ଷା ଦେବେ | ପରୀକ୍ଷା ସମୟରେ ହଷ୍ଟେଲ ରେ ରହିପାରିବେନି | ନିଜ କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେନି | ଏପଟେ ରାଜ୍ୟ ସରକାର ଜୁନ ଓ ଜୁଲାଇ ମାସ କରୋନା ଓ ଆମ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ ବୋଲି ସୂଚନା ଦେଉଛନ୍ତି   ବିପିୟୁଟି ଜୁନ ମାସରେ ପରୀକ୍ଷା ପାଇଁ ସୂଚନା ଦେଇଛି |  ଓଡିଶା ସମେତ ଓଡିଶା ବାହାରୁ ମଧ୍ୟ ଛାତ୍ର ଛାତ୍ରୀ  ଇଞ୍ଜିନିଅରିଂ ପାଠ ଓଡ଼ିଶାରେ ପଢୁଛନ୍ତି |   ସେମାନେ କିଭଳି ଭାବେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ଦ୍ୱନ୍ଦରେ |  କରୋନା ପାଇଁ ଯାତାୟାତ ମଧ୍ୟ ସ୍ୱାଭାବିକ ହୋଇନାହିଁ | ଏପର୍ଯ୍ୟନ୍ତ ଓଡ଼ିଶାରେ ଛାତ୍ରଛାତ୍ରୀ ଯିବା ଆସିବା କରିବା ଓ ଏଇ ୨ ମାସ ଗୁରୁତ୍ୱପୂର୍ଣ ଓଡିଶା ପାଇଁ |  ବିପିୟୁଟି କର୍ତ୍ତୃପକ୍ଷ ଯେମିତି ସେମିତି ଭାବେ ପରୀକ୍ଷା କରି ନିଜ ଦୋଷ ଖସାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଏଡାଇ ଦେଉଛି ବୋଲି ପ୍ରଶ୍ନ କରିଛି ଓଡିଶା ବିପିୟୁଟି ଛାତ୍ରସଂଘ | ବିପିୟୁଟିର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ  ଛାତ୍ରସଂଘ ଦୃଢ଼ ବିରୋଧ କରିବା ସହ ବିପିୟୁଟିର କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁବିଧା କୁ ଦେଖି ପରୀକ୍ଷା କୁ 1ମାସ ଯାଏ କରୋନା ପରିସ୍ଥିତି ସ୍ୱାଭାବିକ ହେବା ଯାଏ ସ୍ଥଗିତ ରଖିବା  ଓ ପିଲାମାନଙ୍କୁ ନିଜ ନିଜ କଲେଜରେ ପରୀକ୍ଷା ଦେବାକୁ ସୁଯୋଗ ଦେବା ପାଇଁ ଦାବି କରିଛି |  ଯଦି ବିପିୟୁଟି ତାର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ପ୍ରତ୍ୟାହାର ନକରେ ତେବେ  ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ବର୍ଜନ କରିବେ ଓ ଛାତ୍ରସଙ୍ଘ ଏହାର ଉଚିତ ଜବାବ ଦେବ ବୋଲି ଓଡିଶା ବିପିୟୁଟି ଛାତ୍ରସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଶତପଥି ଓ ଅନ୍ୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି |  

0
0
0
s2sdefault