ହେଡଲାଇନସ୍:

ଅଞ୍ଚଳରେ ଉତ୍କଟ ପାନୀୟ ଜଳ ଯୋଗାଣ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ  ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଲେ ସାଖିପଡାବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର   (ରମାକାନ୍ତ ବିଶ୍ବାଳ ) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ର ତାପ ଉପରେ ଜଳ କଷ୍ଟ ସମ୍ବଲପୁର ସହରବାସୀ ଙ୍କୁ କରିଦେଇଛି ଅତିଷ୍ଠ । ମହାନଗର ନିଗମର ର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟା ରୁ ବର୍ତ୍ତି ନାହିଁ । ବିଶେଷ କରି ସଖିପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ ଅଞ୍ଚଳବାସୀ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ନା ପାଇପ ଲାଇନ ରେ ଠିକ ସମୟରେ ଓ ଯଥେଷ୍ଟ ପରିମାଣ ର ପାଣି ଆସୁଛି ନା ପାଣି ଟେଙ୍କର ନିୟମିତ ଆସୁଛି । ଅଞ୍ଚଳର ସରଲାକଣି, କୁରେଇଟୋଲା, ନ୍ୟୁ ବେଙ୍କ କଲୋନୀ, ସମଲେଇପଦର ଅଞ୍ଚଳରେ ଘୋର ପାନୀୟ ଜଳ ଯୋଗାଣ ସମସ୍ୟା ଓ ଜଳାଭାଵ କୁ ନେଇ ଜନ ସ୍ଵାସ୍ଥ୍ୟ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଭେଟିଛନ୍ତି ସାଖିପଡାବାସୀ । କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଭାଗ୍ୟଧର ମହାନ୍ତି ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରାଇଛନ୍ତି । ବୁଢାରଜା ପାହାଡ଼ ଉପରେ ରହିଥିବା ଟାଙ୍କି ରୁ ଜଗନ୍ନାଥ କଲୋନୀ ଦେଇ ଏକ ପାଇପ ଆସିବା ର ଯୋଜନା ବହୁ ବର୍ଷରୁ ପଡିରହିଛି । ରେଳ ଧାରଣା ଅତିକ୍ରମଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ରେଳ ବିଭାଗ ପାଖରେ ୧୯ ଲକ୍ଷ ଟଙ୍କା ଜମା ଦେବାର ବର୍ଷେ ରୁ ଅଧିକ ସମୟ ବିତିଲା ପରେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଙ୍କ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ କାମ ଆଗକୁ ବଢି ପାରୁନାହିଁ । ଅଞ୍ଚଳରେ ବହୁତ ନଳକୂପ ମାନେ ଅଚଳ ହୋଇ ପଡିଛି ତାର ଶୀଘ୍ର ମରାମତି, ଯେଉଁଠି ପାଣି ପାଇପ ଲାଇନ ବିଛା ଯାଇନି ତାକୁ ଶୀଘ୍ର ସମାପ୍ତ କରିବା, ଟେଙ୍କର ଯୋଗେ ଯୋଗେଇ ଦିଆଯାଉଥିବା ପାନୀୟ ଜଳ ର ପରିମାଣ କୁ ବଢ଼େଇବା ଭଳି ଅନେକ ଦାବୀ କରିଥିଲେ ।

0
0
0
s2sdefault