ହେଡଲାଇନସ୍:

ବୌଦ୍ଧ ରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଆଡେଣିଗଡ଼ କ୍ୱାରେଣ୍ଟାଇନ ରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା :- ପ୍ରତାପ ମେହେର //ବୌଦ୍ଧ ଜିଲ୍ଲାରୁ ପୂର୍ବରୁ ବାହାରିଥିବା ୩୩ଟି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବୌଦ୍ଧ କରୋନା ମୁକ୍ତ ହେଲା ବୋଲି ଆଲୋଚନା ହେଉଥିଲା । ହେଲେ  ବୌଦ୍ଧ କରୋନା ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ତାଲିକାରେ ଯୋଡି ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ।  ୩୪ ନମ୍ବର କରୋନା ଆକ୍ରାନ୍ତ ବାହାର ରାଜ୍ୟର ଫେରନ୍ତା ହରଭଙ୍ଗା ବ୍ଲକ୍ ର  ଆଡେଣୀଗଡ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବୌଦ୍ଧ ପୁରୁଣା ଜେଲରେ ଥିବା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି ।

0
0
0
s2sdefault