ହେଡଲାଇନସ୍:

ଭଞ୍ଜପୁରରେ ପହଁଞ୍ଚିଲା ଟ୍ରେନ : ଜିଲ୍ଲାକୁ ଫେରିଲେ ୨୧୮ ପ୍ରବାସୀ ଓଡ଼ିଆ ମହିଳା ଓ ପୁରୁଷ ଶ୍ରମିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜପୁର ଷ୍ଟେସନର ୫୦୦ ମିଟର ପରିସୀମା ମଧ୍ୟରେ ସକାଳ ୮ରୁ ୧୪୪ ଧାରା ଜାରି

ଶ୍ରମିକମାନଙ୍କ ନାମ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଠାଗଲା  ନିଜ ନିଜ ଅଞ୍ଚଳର ସଂଗରୋଧ କେନ୍ଦ୍ରକୁ

ବାରିପଦା,(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ପ୍ରଥମ ଥର କେବଳ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଧରି ସ୍ୱତନ୍ତ୍ର ଟ୍ରେନ ଆସି ପହଁଞ୍ଚିଲା । ୦୬୧୮୧ ନମ୍ବର ବିଶିଷ୍ଟ ୨୪ଟି ବଗି ଥିବା ସ୍ୱତନ୍ତ୍ର ଟ୍ରେନ ତାମିଲନାଡ଼ୁ ରାଜ୍ୟର ତିରୁନେଲଭେଲିରୁ ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକକୁ ଦାଦ ଦେଇ ଅନ୍ୟ ୨୫ଟି ବ୍ଲକ ଅଞ୍ଚଳର ୨୧୮ ପ୍ରବାସୀ ଓଡ଼ିଆ  ମହିଳା ଓ ପୁରୁଷ ଶ୍ରମିକମାନଙ୍କୁ ଧରି  ବାରିପଦା ଭଞ୍ଜପୁର ଷ୍ଟେସନରେ ଆଜି ଅପରାହ୍ନ ପ୍ରାୟ ୪.୫୦ସମୟରେ ଏହି ଟ୍ରେନଟି ଷ୍ଟେସନରେ ପହଁଞ୍ଚିଥିଲା । ଏମାନଙ୍କ ମଧ୍ୟରେ କପ୍ତିପଦା, ରାସଗୋବିନ୍ଦପୁର, ତିରିଂ ଆଦିବ୍ଲକରୁ ଜଣେ ଲେଖାଏଁ ଶ୍ରମିକ ରହିଥିବା ବେଳେ କୁଳିଅଣା ବ୍ଲକରୁ ସର୍ବାଧିକ ୬୯ ଜଣ ଶ୍ରମିକ ଆସିଥିବାର ଜଣାପଡ଼ିଛି । ଏହି ପ୍ରଭାସୀ ଶ୍ରମିକମାନନେ ଭଞ୍ଜପୁର ଷ୍ଟେସନରେ ପହଁଞ୍ଚିବା ପରେ ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଷ୍ଟେସନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା  ୨୪ଟି କାଉଣ୍ଟର ମାଧ୍ୟମରେ ଶ୍ରମିକମାନଙ୍କ ନାମ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳର କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଥିଲା । ସ୍ୱତନ୍ତ୍ର ଟ୍ରେନରେ ଆସିଥିବା ଯାତ୍ରୀମାନଙ୍କ ସୁରକ୍ଷା ସହିତ କୋଭିଡ଼-୧୯ ସଂକ୍ରମଣର ସମ୍ଭାବନା , ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ନିଜ ନିଜ ଅଞ୍ଚଳର ସଂଗରୋଧ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା, ଲ-ଆଣ୍ଡ ଅଡର଼୍ର ପରିସ୍ଥିତି ଆଦିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ୧୯୭୩ ସିଆରପିସି ଧାରା ଅଣ୍ଡର ସେକ୍ସନ ୧୪୪କୁ ପ୍ରୟୋଗ କରିଥିଲେ । ଆଜି ପୂର୍ବାହ୍ନ ୮ରୁ ବାରିପଦା ସହରର ଭଞ୍ଜପୁର ରେଳ ଷ୍ଟେସନଠାରୁ ୫ ଶହ ମିଟର ପରିସୀମା ମଧ୍ୟରେ ଏବଂ  ଭଞ୍ଜପୁର ଛକରୁ ମୁର୍ଗାବାଡ଼ି ଛକ ପର୍ଯ୍ୟନ୍ତ ଏହି ୧୪୪ ଧାରାକୁ ଜାରି କରାଯାଇଥିଲା । 

      ଏହି ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ମିଳିତ ତ୍ୱାବଧାନରେ ବରିଷ୍ଠ  ପ୍ରଶାସନିକ ଅଧିକାରୀ, ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ରେଳ ବିଭାଗର କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ଆଦିଙ୍କୁ ନେଇ ଏକ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇ ଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବା ବେଳେ ଆଗକୁ ଏହି ପ୍ରବାସୀ ଶ୍ରମିକମାନଙ୍କର ଘର ବାହୁଡ଼ା ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି । 

0
0
0
s2sdefault