ହେଡଲାଇନସ୍:

ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ମାସ୍କ ପ୍ରସ୍ତୁତ କରାଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର (ଶାସକ ପ୍ରଶାସକ): କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁହଁକୁ ଭଲ ଭାବେ ଘୋଡ଼ାଇବା ଦ୍ୱାରା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଅନେକ ପରିମାଣରେ ହ୍ରାସ କରାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ସମ୍ପୂର୍ଣ୍ଣ ମୁହଁକୁ ଘୋଡ଼ାଇ ହେବା ଭଳି ମାସ୍କ ପ୍ରସ୍ତୁତ କରିଛନ୍ତି । ଅତି ସ୍ୱଳ୍ପ ମୂଲ୍ୟରେ ଏହି ମାସ୍କ ଉପଲବ୍ଧ ହୋଇପାରିବ । ଗୋଟିଏ ମାସ୍କ 17ରୁ 18 ଟଙ୍କା ଖର୍ଚ୍ଚରେ ମିଳିପାରିବ । ଟ୍ରାନ୍ସପରେଂଟ ପ୍ଲାଷ୍ଟିକ ଶିଟ, 29 ସେମି ଇଲାଷ୍ଟିକ, ଡବଲ ସାଇଡ ଗମ ଟେପ ଓ ସ୍ପଞ୍ଜରେ ଏହି ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କ କପାଳରୁ ବେକ ପର୍ଯ୍ୟନ୍ତ ଘୋଡ଼ାଇ ରଖିବ । ପ୍ରଥମ ପର୍ଯ୍ୟାୟରେ 100ଟି ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କଗୁଡ଼ିକୁ ବ୍ଲକର ଅଗ୍ରଣୀ କୋଭିଡ ଯୋଦ୍ଧା ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ବଂଟନ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏହି ମାସ୍କ ବିଶେଷ ଭାବେ ସହାୟକ ହୋଇପାରିବ । ଆଗକୁ ଅନୁଷ୍ଠାନ ପକ୍ଷରୁ ଅଧିକ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି  ସରକାରୀ ଆଇଟିଆଇର ଅଧ୍ୟକ୍ଷ ପ୍ରଦୀପ ସାହୁ ପ୍ରକାଶ କରିଛନ୍ତି ।

0
0
0
s2sdefault