ହେଡଲାଇନସ୍:

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଦିନିକିଆ ଗଜପତି ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି.ଇ. ଆପାଙ୍ଗ ଆଓ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚି ପ୍ରଥମେ କୋଭିଡ୍-୧୯ ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା , ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କରୁଣା କର ରାଇକା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ ,ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଅତିରିକ୍ତ ଉପ ଜିଲ୍ଲାପାଳ ଶେଷ ଦେବ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୁନୁରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ସଭା ପ୍ରାରମ୍ଭରେ ଜିଲ୍ଲାପାଳ ଜିଲ୍ଲାର ସ୍ଥିତି ସହ କୋଭିଡ୍-୧୯ କୁ ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପକୁ ଉପସ୍ଥାପନ କରିବା ସହ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କର ସଂଖ୍ୟା ଏବଂ ସେମାନଙ୍କର ଯତ୍ନ ଏବଂ ସ୍ୱାସ୍ଥ୍ୟବସ୍ଥାକୁ କିପରି ଭାବରେ ତଦାରଖ କରାଯାଇଛି ତାହା ଉପସ୍ଥାପନା କରିଥିଲେ। 

 କମିଶନର ବର୍ତ୍ତମାନର ସ୍ଥିତି ବହୁତ ଭଲ ଥିବା ଦର୍ଶାଇଥିବା ସହ ଆଗାମୀ ଦିନରେ ଆସିବାକୁ ଥିବା ପ୍ରବାସୀ ଓଡିଆ ମାନଙ୍କର ଯତ୍ନ ଏବଂ ସ୍ୱାସ୍ଥ୍ୟବସ୍ଥାକୁ କିପରି ତଦାରଖ କରାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶିଳ ହୋଇ କାମ କରିବାକୁ ପଡ଼ିବ ବୋଲି ଦର୍ଶାଇ ଥିଲେ। ପ୍ରତି ପଞ୍ଚାୟତ ସମିତିରେ କିପରି କଣ୍ଟ୍ରୋଲ ରୁମ ଠିକ ଭାବେ କାର୍ଯ୍ୟ କରିବ ତାହାକୁ ଗୁରୁତ୍ୱ ଦେବାଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଜରୁରୀକାଳୀନ ପରିସ୍ଥିତିରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଦାୟିତ୍ୱ କିପରି ଠିକ ଭାବେ ତୁଲାଇବେ ଉପସ୍ଥିତ ଥିବା ଅଧିକାରୀଙ୍କ ମାଧ୍ୟମରେ ଆହ୍ୱାନ ଦେଇଥିଲେ। ଆନ୍ତରାଜ୍ୟ ଏବଂ ଗଞ୍ଜାମ ଜିଲ୍ଲାର ସୀମାରେ ନାକା ପଇଣ୍ଟ ଗୁଡିକ ଅଧିକ ଯତ୍ନବାନ ହୋଇ କାମ କଲେ ଆଗାମୀ ଦିନରେ ଅନୁପ୍ରବେଶକୁ ରୋକାଯାଇ ପାରିବ ବୋଲି ମତ ଦେଇଥିଲେ । 

ଜିଲ୍ଲାରେ ଏକ ଅମ୍ଳଜାନ ପୂରଣ କରିବା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।  ତାହା ପରେ କମିଶନର ଓଡ଼ିଶାରେ ପ୍ରଥମ କରି ପ୍ରସ୍ତୁତ ହୋଇଥିବା ସ୍ୱାବ ସଂଗୃହିତ ଭ୍ୟାନକୁ ଦେଖିବା ସହ ସେଥିରେ ଥିବା ପ୍ରତ୍ୟେକ ସୁବିଧାକୁ ପଚାରି ବୁଝିଥିଲେ । ପରି ଶେଷରେ ପାରଳାଖେମୁଣ୍ଡିରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ଦେଖିବା ସହ ବ୍ରହ୍ମପୁର ଅଭିମୁଖେ ଫେରି ଯାଇଥିଲେ। ମୋଟାମୋଟି ଭାବେ ଜିଲ୍ଲାରେ ଚାଲିଥିବା କୋଭିଡ୍ -୧୯ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଥିଲେ।

0
0
0
s2sdefault