ହେଡଲାଇନସ୍:

କାହାର କୋଉ ଚିନ୍ତା, ଏମାନଙ୍କ ଜୁଆଖେଳ ଓ ମଦ ଚିନ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁଆ ଆଡ୍ଡାରେ ପୁଲିସ ଚଢାଉ, ୧୦ ଗିରଫ : ୨୫୫ ଲିଟର ହାତରନ୍ଧା ମଦ, ୬୯୦୦ ଟଙ୍କା ଜବତ 

ନୂଆପଡ଼ା (ଅମିତ ପୁରୋହିତ): ସଦର ଟାନୱଟ ଓ କେରମେଲି ମଧ୍ୟସ୍ଥ ଘାଟି ନିକଟ ଜଙ୍ଗଲ  ଭିତରେ ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରିଥିଲା । ସେଠାରେ ୨୫୫ ଲିଟର ହାତରନ୍ଧା ମଦ, ୬୯୦୦ ଟଙ୍କା, ୪ ବାଇକ, ୧୦ଟି ମୋବାଇଲ ଫୋନ ଜବତ କରିଥିଲେ । ବେଆଇନ ଜୁଆ ଖେଳ ଓ ହାତରନ୍ଧା ମଦ ବିକ୍ରି ଅଭିଯୋଗରେ ୧୦ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । 

        ଗତ କାଲି ଅପରାହ୍ନରେ କରୋନା ମହାମାରି ସଂକ୍ରମଣ ରୋକିବା ପାଇଁ ସଦର ପୁଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଟାନୱଟ ଓ କେରମେଲି ମଧ୍ୟସ୍ଥ ଘାଟି ନିକଟ ଜଙ୍ଗଲ ଭିତରେ ଜୁଆ ଖେଳ ସହ ମଦ ବିକ୍ରି ହେଉଥିବା ସଦର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଆଇଆଇସି ଆଦିତ୍ୟ ମହାକୁଡଙ୍କ ତତ୍ୱାବଧାନରେ ଏଏସଆଇ ଶଙ୍କର ଏକ୍କାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଜଙ୍ଗଳ ଭିତର ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ସେଠାରେ ଜୁଆ ଖେଲ ଚାଲିବା ସହ ହାତରନ୍ଧା ମଦ ବିକ୍ରି କରୁଥିଲେ । ଏହି ସମୟରେ ଜୁଆଡି ମାନେ ପୁଲିସ ଟିମକୁ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇଥିଲେ । ସେଠାରେ ବହୁ କଷ୍ଟରେ ୧୦ ଜଣକୁ କାବୁ କରିଥିଲେ । ସେମାନେ ହେଲେ ସଦର ଥାନା ମହୁଲଭଟାର ଅସଲମ ଖାନ(୨୩), ଦିଗାମ୍ବର ରଣା(୨୦), ଟାନୱା ଗାଁର ଅଜୟ ତିୱାରୀ(୩୨), ରତିପାଲି ଗାଁର କୋମଲ ସତନାମୀ(୨୬), ଲଖନା ଥାନା କୁରୁମପୁରି ଗାଁର ଉମାଶଙ୍କର ଅହିର(୩୫), ବଙ୍ଗାମୁଣ୍ଡାର ଧିରଜ ସାହୁ(୩୭), ନନ୍ଦକିଶୋର ସାହୁ(୩୪), ସମରସିଂ ଗାଁ ଦେବାର୍ଚ୍ଚନ ରଣା(୩୨), ଶୀରୋ ବିଭାର(୩୫), ଚୌବନ ଲୋହାର(୩୨)ଙ୍କୁ ପୁଲିସ ଜୁଆ ଖେଲ ଓ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ କରିଥିଲା । ସେମାନଙ୍କ ଠାରୁ ୨୫୫ ଲିଟର ହାତରନ୍ଧା ମଦ, ନଗଦ ୬୯୦୦ଟଙ୍କା, ୪ଟି ମୋଟର ସାଇକେଲ, ୧୦ଟି ମୋବାଇଲ ଫୋନ ଓ ତାସ ଜବତ କରିଥିଲେ । ସେମାନଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ପଚରା ଉଚୁରା କରିଥିଲା । ଆଜି ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ  କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି । ସୂଚନା ଥାଉକି, କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ ସମୟ ଭିତରେ ପୂର୍ବରୁ ବେଆଇନ ହାତରନ୍ଧା ମଦ ବିକ୍ରି ଅଭିଯୋଗରେ ୮ ଜଣକୁ ଗିରଫ କରିଥିବା ବେଳେ ୨୪ ଜଣ ଜୁଆଡିକୁ ଗିରଫ କରି କୋର୍ଟ ଚାଳାଣ କରିଥିଲା ।     

0
0
0
s2sdefault