ହେଡଲାଇନସ୍:

   କୋଭିଡ-୧୯ : ନିର୍ବାଚନ ମଣ୍ଡଳୀୱାରୀ ଯୁବ ବିଜେଡି ଆଇଟି ସଂଯୋଜକଙ୍କ ଭିଡିଓ କନଫରେନସିଂରେ ସମୀକ୍ଷା ବୈଠକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବାକୁ ପରାମର୍ଶ ଦେଲେ ଦଳର ଆଇଟି ଉଇଙ୍ଗ ମୁଖ୍ୟ ଅମର ପଟ୍ଟନାୟକ

  • ଯୁବ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ସହାୟତା ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ପ୍ରଶଂସା  

ଭୁବନେଶ୍ୱର (ଶାସକ ପ୍ରଶାସକ): କୋଭିଡ-୧୯ ବିପତ୍ତି ପରିପ୍ରେକ୍ଷୀରେ ଯୁବ ବିଜେଡି ଆଇଟି ଉଇଙ୍ଗର କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ କେମିତି ଚାଲିଛି , ତାହାରି ଉପରେ ଭିଡିଓ କନଫରେନସିଂ ମାଧ୍ୟମରେ ଏକ ନିର୍ବାଚନମଣ୍ଡଳୀୱାରୀ ଯୁବବିଜେଡ଼ି ଆଇଟି ଉଇଙ୍ଗ ସଂଯୋଜକ ମାନଙ୍କ ସମୀକ୍ଷା ବୈଠକ ନେଇଛନ୍ତି ଦଳର ଆଇଟି ଉଇଙ୍ଗ ମୁଖ୍ୟ ତଥା ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ |  ଯୁବବିଜେଡି ରାଜ୍ୟ ସଭାପତି ତଥା ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ଅମରେଶ ପତ୍ରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଭିଡିଓ କନଫରେନସିଂର ସଂଚାଳନ କରିଥିଲେ ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ଆବାହକ ପ୍ରସନ୍ନଜିତ ପତି। 

ଏହି ଭିଡିଓ କନଫରେନସିଂ ବୈଠକ ମଧ୍ୟମରେ ୩୦ଟି ଜିଲ୍ଲା ତଥା ୧୪୭ଟି ନିର୍ବାଚନ ମଣ୍ଡଳୀସ୍ତରୀୟ  ଯୁବବିଜେଡ଼ି ଆଇଟି ସଂଯୋଜକମାନେ ଉପସ୍ଥିତ ରହି ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନା ବିପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଇଟି ଉଇଙ୍ଗ ତରଫରୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ନିଜ ନିଜ ନିର୍ବାଚନମଣ୍ଡଳୀ ସମ୍ପର୍କିତ ତଥ୍ୟ ଉପସ୍ଥାପିତ କରିଥିଲେ |  ରାଜ୍ୟ ଆଇଟି ଉଇଙ୍ଗ ମୁଖ୍ୟ ଶ୍ରୀ ପଟ୍ଟନାୟକ ସମସ୍ତ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହ ଆଇଟି ଉଇଙ୍ଗର କାର୍ଯ୍ୟକୁ କେମିତି ଅଧିକ ଲୋକାଭିମୂଖୀ କରାଯାଇପାରିବ ତା ଉପରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ |   ଆଗାମୀ ଦିନରେ ବ୍ଲକ, ପଞ୍ଚାୟତ ଓ ୱାର୍ଡ ସ୍ତରରେ କିଭଳି ଭାବେ ସରକାରଙ୍କ ଯୋଜନା ଓ ସଚେତନା କାର୍ଯ୍ୟକ୍ରମ ପହଞ୍ଚିପାରିବ ତାର କାର୍ଯ୍ୟପନ୍ଥା ମଧ୍ୟ ପ୍ରସ୍ତୁତ ହୋଇଥିଲା । ଯୁବବିଜେଡ଼ି କର୍ମକର୍ତ୍ତାଙ୍କ ଦ୍ୱାରା ରାଜ୍ୟବ୍ୟାପି ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ ହେଉ କିମ୍ବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ମଧ୍ୟମରେ ରକ୍ତ ଅଭାବକୁ ପୁରାଣ କରାଯିବା ଭଳି ସାମାଜିକ ଦାୟିତ୍ୱକୁ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ପ୍ରଶଂସା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡ଼ି ତରଫରୁ ମୁଖ୍ୟତଃ ସଂଯୋଜନା କରିଥିଲେ ଯୁବ ବଜେଡି ରାଜ୍ୟ ଆଇଟି ସଂଯୋଜକ ଡକ୍ଟର ହରିଶ ଚୌଧୁରୀ, ତାରିଣୀ ପ୍ରସାଦ ନାୟକ, ସଂକେତ ରାୟ, ଦୁଷ୍ମମନ୍ତ ବେହେରା ଓ ମହେକ୍ଷୀତା ମିଶ୍ର। ଆଜିର ଏହି ଭିଡିଓ କନଫରେନସିଂ ସମୀକ୍ଷା ବୈଠକଟି ସଫଳତାର ସହ ସୁଚାରୁ ରୂପେ ସମ୍ପାଦିତ ହୋଇଥିବାରୁ ବିଜେଡି ରାଜ୍ୟ ଆଇଟି ଉଇଙ୍ଗର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ ଯୁବବିଜେଡ଼ିର ସମସ୍ତ ଆଇଟି ରାଜ୍ୟ ସଂଯୋଜକ ଓ ଜିଲ୍ଲା ସଂଯୋଜକମାନଙ୍କୁ  ଧନ୍ୟବାଦ ଜଣାଇଛନ୍ତି।

 

0
0
0
s2sdefault